ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ
Janmasthami In SSVM Phulbani
ଫୋଟ ୨


ଫୋଟ


କନ୍ଧମାଳ, ୪ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ପରେ ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକଙ୍କ ରଚନାରେ ଦୁର୍ଯ୍ୟୋଧନ ସିଂଙ୍କ ସଂଯୋଜନାରେ ସାମୁହିକ ସଂଗୀତ ଗାନ କରାଗଲା l ଆଚାର୍ଯ୍ୟା ପ୍ରତିଭା ଦାଶଙ୍କ ଦ୍ୱାରା ଭାଗବତ ପଠନ କରାଯାଇଥିଲା l ତତ ପରେ ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରପ୍ରିୟା ମିଶ୍ର ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ ଅନ୍ୟତମ ଅତିଥି ଭାବେ ଯୋଗଦେଇ

ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ। ଶିଶୁମାନେ କୃଷ୍ଣ ଓ ରାଧାରାଣୀ ବେଶରେ ସଜେଇ ହୋଇ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥି ସହିତ ଭଜନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଭଜନ ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀର ରୟାଲ ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଇ ଶ୍ରଦ୍ଧା ଓଝା କୃଷ୍ଣ ବେଶରେ ପ୍ରଥମ, ଏଞ୍ଜେଲ ଆସ୍ମାନ ଶିଶୁ ଭଜନରେ ପ୍ରଥମ ହୋଇ

ପୁରସ୍କୃତ ହୋଇଥିଲେ l

ଏଥି ସହିତ ୧୭୫ ଜଣ ଶିଶୁ ବାଟିକା ବିଭାଗର ଶିଶୁଙ୍କୁ ରାଧାକୃଷ୍ଣ ବେଶ ପାଇଁ ପୁରସ୍କୃତ ମଧ୍ୟ କରାଯାଇଥିଲା l ଶିଶୁମାନଙ୍କ ମନ୍ଦିର ଭ୍ରମଣ, ଶ୍ରୀକୃଷ୍ଣଙ୍କ ଦହି ହାଣ୍ଡି ଭାଙ୍ଗିବା, ଦୋଳିରେ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ଏବଂ ଅଭିଭାବକ ଅଭିଭାବିକା ମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିପାରିଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande