
ଗଂଜାମ, 04 ସେପ୍ଟେମ୍ବର (ହି.ସ.) ସେପ୍ଟେମ୍ବର ୨ ସନ୍ଧ୍ୟା ୫.୪୫ମିନିଟରେ ଜାମୁନିଆଣୀ ସାହିର ଲିସା ପାଣିଗ୍ରାହୀ, ବୟସ ୧୯, ପିତା ଶଙ୍କର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ସାହି ନେତାଜୀ ଶିଶୁ ମନ୍ଦିର ଶିକ୍ଷୟିତ୍ରୀ, ସାଇକେଲରେ ଘରକୁ ଫେରୁଥିବା ବେଳେ ଜାମୁନିଆଣୀ ସାହି ଛକ ନିକଟରେ ସ୍କୁଟିରେ ଆସିଥିବା ଦୁଇ ଜଣ ତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇ ରଘୁନାଥ ମନ୍ଦିର ଆଡ଼କୁ ଫେରାର ହୋଇଯାଇଥିଲେ। ବ୍ୟାଗରେ ତିନି ହଜାର ପାଞ୍ଚଶହ ଟଙ୍କା ଓ ମୋବାଇଲ ଥିଲା।
ପୋଲିସ ତଦନ୍ତ ପରେ ହରିଡାଖଣ୍ଡି ଏଚପି ପେଟ୍ରୋଲ ପମ୍ପ ନିକଟରେ ଅଭିଯୁକ୍ତ ସାଇତେଶ ଘଡେଇ, ବୟସ ୨୩, ପିତା ଜ୍ୟୋତି ଘଡେଇ, ଧନମେରା ସାହିକୁ ଧରିଛି। ତାଠାରୁ ପୁଲିସ
ମୋବାଇଲ, ଦୁଇ ହଜାର ଟଙ୍କା. ସୁଜୁକି ବର୍ଗମ୍ୟାନ ସ୍କୁଟି ଜବତ କରିଛି ।
ଅଭିଯୁକ୍ତ ସ୍ୱୀକାର କରିଛି ଯେ ସେ ଓ ତାର ସହଯୋଗୀ ଧନମେରା ସାହିର ରୋହନ ବିଷୋୟୀ ଏହି ସ୍କୁଟିରେ ଆସି ବ୍ୟାଗ ଛଡ଼ାଇ ନେଇଥିଲେ। ସାଇତେଶ ନାଁରେ ବଡ଼ବଜାର ଥାନାରେ ପୂର୍ବରୁ ପାଞ୍ଚଟି ମାମଲା ଅଛି। ତାକୁ ଗିରଫ କରି କୋର୍ଟକୁ ପଠାଯାଇଛି। ସହଯୋଗୀକୁ ଧରିବା ପାଇଁ ତଦନ୍ତ ଜାରି ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ