ଶୋଇଥିବାବେଳେ ମାଟି କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମାର୍ଶାଘାଇ ଥାନା ଅନ
ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡ଼ି ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର


କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମାର୍ଶାଘାଇ ଥାନା ଅନ୍ତର୍ଗତ ତୁଳସୀପୂର ଗାଁରେ। ସୂଚନା ଅନୁସାରେ, ଗତ କିଛି ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ସମ୍ପୂର୍ଣ୍ଣ ଭେଦି ଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ତୁଳସୀପୁର ଗାଁର ହୃଷିକେଶ ଜେନା ଏବଂ ତାଙ୍କ ପତ୍ନୀ ରେଣୁବାଳା ଜେନା ଘର ଭିତରେ ଶୋଇଥିବା ସମୟରେ ହଠାତ୍ ମାଟି କାନ୍ଥଟି ଭୁଶୁଡ଼ି ସେମାନଙ୍କ ଉପରେ ପଡ଼ିଯାଇଥିଲା। କାନ୍ଥ ତଳେ ଚାପି ହୋଇ ଉଭୟେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ହୃଷିକେଶ ଜେନାଙ୍କୁ ମୃତ ଘୋଷଣା କରିଥିବାବେଳେ ତାଙ୍କ ପତ୍ନୀ ରେଣୁବାଳା ଜେନା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande