ପ୍ରକଳ୍ପ ବିଦ୍ୟାଳୟ ମାଲତିରାରେ ଦୁର୍ନିିିର୍ିତୀ ଅଭିଯୋଗ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) -ଏହି ଜିଲାର ବନ୍ତ ଶିକ୍ଷା ସର୍କଲ ଅର୍ନ୍ତଗତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମାଲତିରାରେ ବିଭିନ୍ନ ଦୁର୍ନିତୀ ହୋଇଥିବାର ଜଣା ପଡିବା ପରେ ସୂଚନା ଅଧିକାର କର୍ମୀ ନାରାୟଣ ସାହୁ ତଥ୍ୟ ମାଗିଥିଲେ । ୨୦୨୩-୨୪ , ୨୦୨୪- ୨୫, ୨୦୨୫-୨୬ ଆର୍ଥିକ ବର୍ଷର ବିଦ୍ୟାଳୟ ପକ
ପ୍ରକଳ୍ପ ବିଦ୍ୟାଳୟ ମାଲତିରାରେ ଦୁର୍ନିିିର୍ିତୀ ଅଭିଯୋଗ


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) -ଏହି ଜିଲାର ବନ୍ତ ଶିକ୍ଷା ସର୍କଲ ଅର୍ନ୍ତଗତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମାଲତିରାରେ ବିଭିନ୍ନ ଦୁର୍ନିତୀ ହୋଇଥିବାର ଜଣା ପଡିବା ପରେ ସୂଚନା ଅଧିକାର କର୍ମୀ ନାରାୟଣ ସାହୁ ତଥ୍ୟ ମାଗିଥିଲେ । ୨୦୨୩-୨୪ , ୨୦୨୪- ୨୫, ୨୦୨୫-୨୬ ଆର୍ଥିକ ବର୍ଷର ବିଦ୍ୟାଳୟ ପକ୍ଷରୁ କ୍ରୟ କରାଯାଇଥିବା ବିଭିନ୍ନ ସାମଗ୍ରୀ, ମଧ୍ୟାହ୍ନ ଭୋଜନ, ଛାତ୍ର ଉପସ୍ଥାନ, ବାର୍ଷିକ ଉତ୍ସବ ଖର୍ଚ୍ଚ ନେଇ ତଥ୍ୟ ମଗାଯାଇଥିବା ବେଳେ ବନ୍ତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସହଯୋଗ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ ମଗା ଯାଇଥିବା ତଥ୍ୟ ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ପିଲାମାନଙ୍କ ଖେଳ ଉପକରଣ ସଠିକ୍ ସମୟରେ କିଣା ନଯିବା, ଉତ୍ସବକୁ କାଂଟ ଛାଟଂ କରି ଅର୍ଥ ହେର ଫେର କରିବା, ମଧ୍ୟାହ୍ନ ଭୋଜନ ଚାଉଳକୁ ମିଥ୍ୟା ବିଲ୍ ମାଧ୍ୟମରେ ଚଳୁ କରିବା, ପ୍ରତ୍ୟେକ ଦିନ ପିଲାମାନଙ୍କ ପାଇଁ ରୋଷେଇ ନକରିବା ଏବଂ ଏହାର ମାନ ଅତ୍ୟନ୍ତ ନିମ୍ନ ମାନର ହେବା ବିଶେଷକରି ସୂଚନା ଅଧିକାରରେ ତଥ୍ୟ ମଗାଯିବା ପରେ ତରବରିଆ ଭାବେ ଖେଳନା ଓ କେରମ ବୋର୍ଡ ଆଣି ବିଦ୍ୟାଳୟରେ ରଖିବା ଆଦି ଘଟଣା ବିଗତ ଦିନରେ ଅନେକ ଦୁର୍ନିତୀକୁ ସୂଚାଉଛି । ଉପରୋକ୍ତ ସମସ୍ତ ଚଂଚକତାକୁ ନେଇ ଗ୍ରାମବାସିଙ୍କ ପକ୍ଷରୁ ତଥ୍ୟ ମଗାଯିବା ପରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କମିଟି ଗଠନ କରାଯାଇଥିଲା । ଏହି ତଦନ୍ତ କମିଟିରେ ଦୁଇ ଜଣ ବରିଷ୍ଠ ଶିକ୍ଷକଙ୍କ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସମୟ ଅବଧି ମଧ୍ୟରେ ସେମାନେ ବିଦ୍ୟାଳୟକୁ ଯାଇ ତଦନ୍ତ କରି ନଥିବା ଜଣା ପଡିଛି । ସମସ୍ତ କଥାକୁ ଯଦି ବିଚାରକୁ ନିଆଯାଏ ତେବେ ବିଗତ ବର୍ଷ ମାନଙ୍କରେ ଦୁର୍ନିତୀ ହୋଇଥିବାର ସ୍ପଷ୍ଟ ବାରି ହୋଇ ପଡୁଛି । ଉପରୋକ୍ତ ଘଟଣା ନେଇ ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ଚିତ ରଞ୍ଜନ ମହାନ୍ତିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ନୂତନ କରି ଦାୟିତ୍ୱ ଗ୍ରହଣ କରିଛି, ଉକ୍ତ ବିଦ୍ୟାଳୟ ରେ ଦୁର୍ନିତୀ ଘଟଣା ବାବଦରେ ମୋ ନଜରକୁ ଆସିଛି , କମିଟି ଗଠନ ହୋଇଛି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande