
ଭୁବନେଶ୍ୱର, ୦୪ ସେପ୍ଟେମ୍ବର (ହି.ସ) - ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ଏକ ଫୋନ୍ କଲ୍ ଆସିବା ପରେ ହ୍ୟାକ୍ ହୋଇଥିବା ନେଇ ପ୍ରସନ୍ନ ଆଚାର୍ଯ୍ୟ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଦିଲ୍ଲୀରୁ ପାର୍ସଲ ଆସିଥିବା କହି ଠିକଣା ମାଗିବା ପରେ ଫୋନ୍ ହ୍ୟାକ୍ କରାଯାଇଛି। ଫୋନ ହ୍ୟାକ୍ କରି ପ୍ରସନ୍ନଙ୍କ ନାଁରେ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା