
କନ୍ଧମାଳ, ୪ ସେପ୍ଟେମ୍ବର (ହି.ସ.)- ରେସ୍କଲାର ୱେଲଫର ଫାଉଣ୍ଡେସନ ନାମକ ଏକ ସଂସ୍ଥାର ଅନ୍ନପୂର୍ଣ୍ଣ। ଯୋଜନାରେ ସାମିଲ ହୋଇଥିବା କନ୍ଧମାଳ ଜିଲ୍ଲାର ୮ଟି ବ୍ଲକର ବିଭିନ୍ନ ଲୋକଙ୍କୁ ବ୍ଲକ ସଂଯୋଜକଙ୍କ ମାଧ୍ୟମରେ ୪୦ ଜଣଙ୍କୁ ପାଞ୍ଚଶହ ଟଙ୍କାର ମାଗଣା ରାସନ ବଣ୍ଟନ କରାଯାଇଛି। ଏହି ମାଗଣା ରାସନ ବଣ୍ଟନ କାର୍ଯ୍ୟକ୍ରମ କ. ନୂଆଗାଁ ବ୍ଲକ ସାରଙ୍ଗ ଗଡ଼ ପଂଚାୟତ ସ୍ଥିତ କୁଇ ସେବା ସମିତି ସଭା ଗୃହ ଠାରେ ଆଠଟି ବ୍ଲକରୁ ପ୍ରାୟ ତିରିଶ ଜଣ ସଂଯୋଜକ ଉପସ୍ଥିତ ହୋଇଥିଲେ। ରେସ୍କଲାର ୱେଲଫର ଫାଉଡେସନ ଝାଡ଼ଖଣ୍ଡ ରାଜ୍ୟର ଧାନବାଦ ଜିଲ୍ଲାର ଏକ ଜଣାଶୁଣା ସ୍ବେଛାସେବୀ ଅନୁଷ୍ଠାନ । ଏହି ସଂସ୍ଥା ଦ୍ୱାରା ଝାଡ଼ଖଣ୍ଡ, ଓଡିଶା ସମେତ ବହୁ ରାଜ୍ୟରେ ଏହି ଅନ୍ନପୂର୍ଣା ଯୋଜନା ଓ ସ୍ୱରୋଜଗାର ଯୋଜନା କାର୍ଯ୍ୟକ୍ରମ ଦ୍ରୁତଗତିରେ କାର୍ଯ୍ୟକାରି ହେଉଛି । ଏହି ଦୁଇ ଯୋଜନାରେ ହଜାର ହଜାର ଲୋକ ଉପକୃତ ହୋଇସାରିଲେଣି। ପ୍ରଥମ ଥର ପାଇଁ ଆମ ଜିଲ୍ଲାରେ ଲୋକେ ଅର୍ଣ୍ଣପୂର୍ଣା ଯୋଜନା ମାଧ୍ୟମରେ ମାଗଣା ରାସନ ପାଇବା ଆରମ୍ଭ କରାଯାଇଛି। ସଂସ୍ଥା ସହ ଜଣେ ଥରେ ଯୋଡ଼ି ହୋଇଗଲେ ବାର ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ପାଇପାରିବେ। ଏହାସହ ସ୍ଵରୋଜଗାର ଯୋଜନା ମାଧ୍ୟମରେ ଲୋକଙ୍କୁ ସଂସ୍ଥାର ନିୟମ ଅନୁସାରେ କିଛି ନା କିଛି ଟଙ୍କା ପ୍ରତ୍ୟେକ ଦିନ ତାଙ୍କରି ୱାଲେଟକୁ ଆସି ଯାଉଛି। ଯାହାକି ପ୍ରତ୍ୟେକ ମାସ ତିନି ତାରିଖରେ ଲୋକେ ନିଜ ବ୍ୟାଙ୍କ ଖାତାକୁ ନେଇ ଖର୍ଚ୍ଚ କରିପାରିବେ। ତାହାର ଲାଭ ବି ଆମ ଜିଲ୍ଲା ଲୋକେ ଉଠାଇ ସାରିଲେଣି। ଏହି ଯୋଜନା ସବୁକୁ ନେଇ ଲୋକେ ବହୁ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହା ସହ ଲୋକେ ନିଜ ନିଜ ମୁଖରୁ ରେସ୍କଲାର ସଂସ୍ଥା ସହ ସଂସ୍ଥାର ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର କୋଣଅନୁକୋଣ ରେ ଥିବା ପ୍ରତ୍ୟେକ ପରିବାର ପାଖରେ ପହଂଚାଇବା ପାଇଁ ନୂତନ ଭାବେ ଠିଆ ହୋଇଥିବା ଅଣ ପଞ୍ଜିକୃତ ସଂଗଠନ ତଥା ଡଃ. ବାବା ସାହେବ ଆମ୍ବେଦକର ସ୍ମୁତି ସଂଗଠନ ନିଜ ହାତକୁ ନେଇଥିବା ଦେଖିବାକୁ ମିଳିଛି। ଆଗାମୀ କିଛି ମାସରେ ମଧ୍ୟରେ ଜିଲ୍ଲାର ପ୍ରତି ଲୋକଙ୍କ ପାଖରେ ପହଂଚାଇବା ପାଇଁ ସମସ୍ତ ବ୍ଲକ ସଂଯୋଜକ ମାନେ ପ୍ରୟାସ କରିବା ନେଇ ଦୃଢ ସ୍ୱରରେ କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ