
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ସରସଦା ସରକାରୀ ଉଚ୍ଚ ବିଦ୍ୟାଳୟ ପୂଜ୍ୟ ପ୍ରତିଷ୍ଠାତା ପ୍ରଣାମ ଉତ୍ସବ ଓ ବୃକ୍ଷରୋପଣ ସମାରୋହ ପ୍ରଧାନ ଶିକ୍ଷକ ସୋମନାଥ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ୍ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା ବିଦ୍ୟାଳୟ ପ୍ରତିଷ୍ଠାତା ଜଗନ୍ନାଥ ନାୟକ ଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଧୂପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ମୂଖ୍ୟ ଅତିଥି ଭାବେ ଡାକ୍ତର ସୁମନ୍ତ କୁମାର ରାଉଳ, ମୂଖ୍ୟ ବକ୍ତା ଭାବେ ପ୍ରାକ୍ତନ ବିଇଓ ଗଦାଧର ଜେନା, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ,ଓଷ୍ଟାର ଜିଲ୍ଲା ସଭାପତି ଶଶି ଶେଖର ଶର୍ମା, ଶିକ୍ଷାବିତ କାର୍ତିକ ଚନ୍ଦ୍ର ସ୍ୱାଇଁ, ଶିଳ୍ପପତି ପ୍ରଦ୍ୟୁମ୍ନ କୁମାର ଜେନା,ଅଜୟ କୁମାର ନନ୍ଦ, ନଟବର ରାଉଳ, ସୁଧାକର ବେଜ,ଉଦକର ନାୟକ, ସମିତି ସଭ୍ୟା କମଳା ଜେନା , ଶଶି କରଣ ପ୍ରମୁଖ ଯୋଗ ଦେଇ ପ୍ରତିଷ୍ଠାତା ଜଗନ୍ନାଥ ନାୟକ ତଥା ସମସାମୟିକ ଶିକ୍ଷା ପ୍ରଣାମ ସୁପ୍ରତିଷ୍ଠାତା ମାନଙ୍କ ସ୍ମୃତି ଚାରଣ କରି କୃତଜ୍ଞତା ଅର୍ପଣ କରିଥିଲେ। ସବୁଜ ସୁନ୍ଦର ପୃଥିବୀ ପାଇଁ ୧୫୦ ବୃକ୍ଷ ରୋପଣ କରିଥିଲେ। ଶିକ୍ଷକ ସଂଜୟ ନନ୍ଦ ସ୍ୱାଗତ ଓ ଅତିଥି ପରିଚୟ ଶିକ୍ଷୟତ୍ରୀ ଭକ୍ତି ନୈବେଦ୍ୟ ସାମଲ ପୂଜ୍ୟ ପୂଜାର ଉଦୈଶ୍ୟ ଜ୍ଞାପନ , ଶିକ୍ଷକ ବିକ୍ରମ ସୌରଭ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟତ୍ରୀ ଅର୍ଚ୍ଚନା ସ୍ୱାଇଁ,ସୁଜାତା ମଲ୍ଲିକ, ପ୍ରତିଭା ସେଠୀ, ସସ୍ମିତା ମହାନ୍ତି ବିଜୟଲକ୍ଷ୍ମୀ ପାତ୍ର, ବିନ୍ଦୁ ବର୍ଣାଳୀ ରାଉତ ପ୍ରମୁଖ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ