
ଘଟଗାଁ, ୪ ସେପ୍ଟେମ୍ବର (ହି.ସ.) - ମଣତା ଗାଁରେ ବେଶ ଧୁମ ଧାମ ସହକାରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମ ଉତ୍ସବ। ଦୀର୍ଘ ୩୦ ବର୍ଷ ଧରି ପାଳନ ହୋଇ ଆସୁଥିବା ଏହି ଉତ୍ସବରେ ଗାଁରେ ଭାଇଚାରା ସହ ଶାନ୍ତି ଓ ଏକତାର ବନ୍ଧନରେ ବନ୍ଧି ହେଉଛନ୍ତି ବାଳକ ବାଳିକା ଠାରୁ ଯୁବ ଗୋଷ୍ଠୀ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ସକାଳ ୧୦ ଘଟିକା ସମୟରେ ଗ୍ରାମ ନିକଟ ନଦୀରୁ କଳସ ଆଣି ସ୍ଥାପନା କରି ରୀତି ନୀତି ଅନୁଯାୟୀ ଦିପୁ ନନା ପୂଜା ଅର୍ଚ୍ଚନା କାର୍ଯ୍ୟ ତୁଲାଉଥିବା ବେଳେ ସଂକଳ୍ପ କର୍ତା ଭାବେ ଅଭିମନ୍ୟୁ ଦାସ ଦାୟିତ୍ୱ ନିର୍ବାହ କ୍ୱରୁଛନ୍ତି। ଶ୍ରୀକୃଷ୍ଣ ଙ୍କ ଏହି ଜନ୍ମ ଉତ୍ସବରେ ଦିନବେଳା ବିଭିହ୍ନ ଖେଳ ମ୍ୟୁଜିକ ଚେୟାର, ଟିଣ ପିଟା, ହୁଳୁ ହୁଳି, ସାଧାରଣ ଜ୍ଞାନ ଭଳି ବିଭିହ୍ନ ମନୋରଞ୍ଜନ ପ୍ରତିଯୋଗିତା ଆୟୋଜିତ କରିଥିଲେ। ସନ୍ଧ୍ୟା ସମୟରେ ସାଂସ୍କୃତିକ ମଣ୍ଡପରେ ଜନ୍ମା ଅଷ୍ଟମୀ କମିଟି ମଣତା ଯୁବକ ମାନଙ୍କ ଦ୍ୱାରା ନାଚ ଗୀତର ବିଭିହ୍ନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଦ୍ୱିତୀୟ ଦିବସ ନନ୍ଦ ଉତ୍ସବ ପାଳନ କରିବା ସହ ଡାଇମଣ୍ଡ ଡ୍ୟାନ୍ସ ଗ୍ରୁପ ଯାଜପୁର କଳାକାର ମାନେ ନିଜେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଏହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ପାଇଁ ଦିବ୍ୟରଞ୍ଜନ ଦାସ, ଅନିଲ କୁମାର ସେଠୀ, ବିଜୁ ନାଏକ, ସୁରେନ ନାଏକ, କ୍ଷିତୀଶ କୁମାର ପାତ୍ର, ଶୈଳେନ୍ଦ୍ର ନାଏକ ପ୍ରମୁଖ ପାଳନ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ