
ପୁରୀ, ୦୪ ସେପ୍ଟେମ୍ବର (ହି.ସ.) - ବହୁ ପ୍ରତିକ୍ଷିତ ମାଟିଆପଡା ଓଭରବ୍ରିଜ ଯାତାୟାତ ପାଇଁ ଖୋଲା ଯାଇଥିବା ବେଳେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଓ ଉଦଘାଟନ ହୋଇନାହିଁ । ଓଭରବ୍ରିଜ କାର୍ଯ୍ୟ ଅଟକଳ ଫଳକ ଓ କେଉଁ ସଂସ୍ଥା ନିର୍ମାଣ କରିଛି ତାହାର ଫଳକ ପୋତା ହୋଇନାହିଁ । ବିଧିବଦ୍ଧ ଭାବେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ମନ୍ତ୍ର ପାଠ ପ୍ରତିଷ୍ଠା ପୂଜା ବିଧି କରାଯାଇନାହିଁ । ବାଟରେ ଯାଉଛି କମାର-ଲୁହା ପଜେଇ ଦିଏ ଆମର ନ୍ୟାୟରେ ତ୍ରିରଙ୍ଗା ଶୋଭାଯାତ୍ରା ଯିବା ସମୟରେ କେବଳ ଆକାଶକୁ ବଡ ଦୀପ ଦେଖାଇ ଉଦଘାଟିତ ହେଲା ବୋଲି କୁହାଯାଇଛି । ଏହି ଅଣ ଉଦଘାଟିତ ଓ ଅଣ ପ୍ରତିଷ୍ଠା ବ୍ରିଜ ପାଇଁ ଅନେକ ରାଜନୈତିକ ରହସ୍ୟ ରହିଯାଇଛି । ଏବେ ନୂଆ ସମସ୍ୟା ଦେଖାଯାଇଛି । ୮୦ ଫୁଟ ରୋଡ ବ୍ରିଜ ତଳେ ବଡ ଖୁଂଟ ଗେଟ ପାଖରେ ରହିଯାଇଛି । ବ୍ରିଜର ତଳ ଦୁଇ ପାର୍ଶ୍ୱ ସାହିରୁ ଆସୁଥିବା ଯାନବାହନ ଓ ବ୍ରିଜ ରୁ ଗଡି ଆସୁଥିବା ଯାନବାହନ ଇନ୍ଦ୍ରଦ୍ୟୁମ୍ନ ଚଉରା ଛକ ବରଗଛ ନିକଟରେ ଟ୍ରାଫିକ ଜାମ ଦେଖିବାକୁ ମିଳୁଛି । ମଧୁବନ ପଟୁ ଆସୁଥିବା ଯାନବାହନ ଓ ମାଟିଆପଡାରୁ କୋଣାର୍କ ଯାଉଥିବା ଯାନବାହନ ଗୁଡିକ ଏକତ୍ରୀତ ହେବା ଫଳରେ ସେଠାରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି । ରାସ୍ତା ଡିଭାଇଡ ଓ ପାଟିସର୍ନ ରୋଡ ନଥିବାରୁ ଯିଏ ଯେଉଁ ପଟେ ପାରିଲା ସିଏ ସେଇପଟେ ଗାଡି ଚଳାଚଳ କରୁଛନ୍ତି । ମାଟିଆପଡାରେ ଟ୍ରାଫିକ ଠିଆ ହୋଇଥିବା ବେଳେ ଇନ୍ଦ୍ରଦ୍ୟୁମ୍ନ ଛକରେ ଟ୍ରାଫିକ ନଥିବାରୁ ସେଠାରେ ପ୍ରବଳ ଜାମ ହେଉଛି । ମାଟିଆପଡା ଛକ ଠାରୁ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଓସାର କରିବା ପାଇଁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ