
ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଡିଏଭି ଗୁରୁକୁଳ ପରିସରରେ ବିଦ୍ୟାଳୟର କୁନି କୁନି ପିଲାମାନେ, ଆଜି ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ରଙ୍ଗବେରଙ୍ଗର ବସ୍ତ୍ର ପରିଧାନ କରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ପୂର୍ବାହ୍ନ ୧୦ଟାରେ ପୂଜକ ରମେଶ ଚନ୍ଦ୍ର ରଥ ଶ୍ରୀକୃଷ୍ଣ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ଓ ଏହାପରେ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅବସରରେ କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା, ଯେଉଁଥିରେ ସମାଜସେବୀ ଗଣେଶ ପ୍ରସାଦ ଦାସ ଓ ଭଗବାନ ସାହୁ ପ୍ରମୁଖ ପରିବେଷିତ ନୃତ୍ୟ ଗୁଡ଼ିକର ମୁଲ୍ୟାଙ୍କନ କରିଥିଲେ । ଏହି ନୃତ୍ୟ ପ୍ରତିଯୋଗିତାରେ ସୋଫିଆ ମଲ୍ଲିକ ପ୍ରଥମ, ଶୁଭଶ୍ରୀ ମିଶ୍ର ଦିତୀୟ ଓ ଅ°ଶିତା ସ୍ୱାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ ଓ ପ୍ରିନ୍ସପାଲ ଶୁଶାନ୍ତ କୁମାର ରାଉଳ ସମସ୍ତ କୃତି ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।
ଏହାପରେ ସବୁପିଲା ମିଶି ଦହି ହାଣ୍ଡି ଭାଙ୍ଗିବା ସହ ବିଭିନ୍ନ ମିଷ୍ଟାନ୍ନର ଆନନ୍ଦ ନେଇଥିଲେ । ସେହିପରି କାଲିମେଳା ଡ଼ିଏଭି ଗୁରୁକୁଳରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ