ବ୍ରହ୍ମବରଦାରେ ଜନ୍ମାଷ୍ଟମୀ ପାଳିତ
ଧର୍ମଶାଳା,୪ ସେପ୍ଟେମ୍ବର (ହି.ସ.) - ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣ ଜନ୍ମତିଥୀକୁ ସ୍ମରଣ କରି ପାଳନ କରାଯାଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ପୂଜା,ଭଜନ,କିର୍ତନ ଓ ଧାର୍ମିକ ଆଲୋଚନା କରିନ୍ତି । ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍
ବ୍ରହ୍ମବରଦାରେ ଜନ୍ମାଷ୍ଟମୀ ପାଳିତ


ଧର୍ମଶାଳା,୪ ସେପ୍ଟେମ୍ବର (ହି.ସ.) - ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣ ଜନ୍ମତିଥୀକୁ ସ୍ମରଣ କରି ପାଳନ କରାଯାଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ପୂଜା,ଭଜନ,କିର୍ତନ ଓ ଧାର୍ମିକ ଆଲୋଚନା କରିନ୍ତି । ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଅଂଚଳ ଉତ୍ସବ ମୁଖର ହୋଇ ଉଠିଛି । ବ୍ରହ୍ମବରଦା ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମି ଥିବା ଦେଖିବାକୁ ମିଳିଥିଲା । ସେପଟେ ବ୍ରହ୍ମବରଦାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ପରିସରରେ ସଭାପତି ପଂଚାନନ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ବିଭୂତି ଭୂଷଣ ପାଲ ଯୋଗ ଦେଇ କୁନିକୁନି ପିଲାମାନଙ୍କ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଗଳ୍ପମାଧ୍ୟରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ହେମନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ସନାତନ ମଣ୍ଡଳ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କୁନିକୁନି ପିଲା ରାଧାକୃଷ୍ଣ ବେଶରେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଶେଷରେ ପ୍ରଧାନ ଆଚାର୍ଯ୍ୟ ରାଜ କୁମାର ବାରିକ୍ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦାକିନୀ ବେହେରା,ପ୍ରୀୟବ୍ରତ ପତି,ଜ୍ଞାନ ରଂଜନ ପାଢୀ,ଲୋପାମୁଦ୍ରା ମହାନ୍ତି,ତିଲୋତମା ବେହେରା,ସୁନାକର ଜେନା,ଶୁଭଦର୍ଶନୀ ଜେନା,ମାନିନୀ ବେହେରା,ସୁପ୍ରଭା ବେହେରା,ପ୍ରମୋଦ ସାହୁ ଓ ସସ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande