
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ; ପୂର୍ବ ବିଜେଡି
ସରକାର ଉପରେ ଦୋଷ ଲଦିଲେ ଆଇନ ମନ୍ତ୍ରୀ । ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସ୍ୱାମୀଜୀଙ୍କ
ହତ୍ୟାକାଣ୍ଡରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ସୃଷ୍ଟି ହେଉଛି । ଜାଣିଶୁଣି କମିସନ୍ ରିପୋର୍ଟକୁ ବିଗତ ସରକାର ହଜେଇ
ଦେଇଛନ୍ତି । ସରକାର ଗୁରୁତ୍ଵର ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ଣ୍ଣ ଆଶା କମିସନ୍
ରିପୋର୍ଟ ମିଳିବ, ଦୋଷୀ ଦଣ୍ଡ ପାଇବେ
। କିଏ, କାହିଁକି ତଦନ୍ତ
ରିପୋର୍ଟକୁ ଚାପିଥିଲେ ରିପୋର୍ଟ ଆସିଲା ପରେ ଜଣାପଡ଼ିବ । ଯେଉଁମାନଙ୍କ ସମ୍ପୃକ୍ତି ଅଛି
ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା