
ଭୁବନେଶ୍ୱର,୦୪ ସେପ୍ଟେମ୍ବର (ହି.ସ) - ଯାତ୍ରୀମାନଙ୍କ ସୁରକ୍ଷା, ଆରାମ ଏବଂ ଯାତ୍ରା ଅନୁଭୂତିକୁ ଆହୁରି ଉନ୍ନତ କରିବା ପାଇଁ ପୂର୍ବତଟ ରେଳପଥ ପୁରୀ-ପାଟଣା-ପୁରୀ ଏକ୍ସପ୍ରେସ୍ ରେ ଆଧୁନିକ ଏଲଏଚବି କୋଚ ପ୍ରଚଳନ କରିବାକୁ ନିଷ୍ପଲି ନେଇଛି।
ଟ୍ରେନ ନମ୍ବର ୧୮୪୦୫/୧୮୪୦୬ ପୁରୀ–ପାଟଣା ଜଙ୍କସନ୍–ପୁରୀ ଏକ୍ସପ୍ରେସ୍ ଆଧୁନିକ ଏଲ ଏଚ ବି କୋଚ୍ ସଂଯୋଜନ ସହ ୫ ସେପ୍ଟେମ୍ବର ଠାରୁ ପୁରୀରୁ ଏବଂ ୬ ସେପ୍ଟେମ୍ବର ଠାରୁ ପାଟନାରୁ ଚଳାଚଳ କରିବ।
ଉନ୍ନତ କୋଚ ସଂଯୋଜନରେ ଗୋଟିଏ ଲଗେଜ୍-କମ୍-ଜେନେରେଟର- କମ୍-ବ୍ରେକ୍ ଭ୍ୟାନ୍, ଗୋଟିଏ ଲଗେଜ୍-କମ୍-ଦିବ୍ୟାଙ୍ଗ-ଅନୁକୂଳ କୋଚ, ଚାରିଟି ସାଧାରଣ ଶ୍ରେଣୀ କୋଚ, ଆଠଟି ସ୍ଲିପର କ୍ଲାସ କୋଚ, ତିନୋଟି ଥାର୍ଡ ଏସି କୋଚ ଏବଂ ଗୋଟିଏ ସେକେଣ୍ଡ ଏସି କୋଚ ରହିବ।
ଆଧୁନିକ ଏଲଏଚବି କୋଚର ପ୍ରଚଳନ ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ସେବାର ଆଧୁନିକୀକରଣ ଏବଂ ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ, ଆରାମଦାୟକ ଓ ଉନ୍ନତ ଯାତ୍ରା ଅନୁଭୂତି ପ୍ରଦାନ ଦିଗରେ ଜାରି ରହିଥିବା ପ୍ରୟାସର ଏକ ଅଂଶ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା