ଅବରପ୍ରାପ୍ତ ସେନାକର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଧର୍ମଶାଳା,୪ ସେପ୍ଟେମ୍ବର(ହି.ସ.) - ଯାଜପୁର ବ୍ଲକ ରୁଦ୍ରପୁର ଗ୍ରାମର ସ୍ୱର୍ଗତ ଗଦ୍ଧର୍ବ ସାହୁଙ୍କ ପୁଅ ମଣିନାଥ ସାହୁ ତାଙ୍କ ଚାକିରୀକାଳରୁ ଅବସର ନେଇଛନ୍ତି । ସେ ୨୦୦୨ ମସିହାରେ ଝାନସୀସ୍ଥିତ ୧୩୮ ମିଡିୟମ ରେଗିମାଇନରେ ଯୋଗ ଦେଇଥିଲେ । ୨୨ ବର୍ଷ କାର୍ଯ୍ୟରତ ପରେ ଲେହ ଲଦାଖ୍ରେ ନାୟକ ସୁବେଦରରୁ ଚାକି
ଅବରପ୍ରାପ୍ତ ସେନାକର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ଧର୍ମଶାଳା,୪ ସେପ୍ଟେମ୍ବର(ହି.ସ.) - ଯାଜପୁର ବ୍ଲକ ରୁଦ୍ରପୁର ଗ୍ରାମର ସ୍ୱର୍ଗତ ଗଦ୍ଧର୍ବ ସାହୁଙ୍କ ପୁଅ ମଣିନାଥ ସାହୁ ତାଙ୍କ ଚାକିରୀକାଳରୁ ଅବସର ନେଇଛନ୍ତି । ସେ ୨୦୦୨ ମସିହାରେ ଝାନସୀସ୍ଥିତ ୧୩୮ ମିଡିୟମ ରେଗିମାଇନରେ ଯୋଗ ଦେଇଥିଲେ । ୨୨ ବର୍ଷ କାର୍ଯ୍ୟରତ ପରେ ଲେହ ଲଦାଖ୍ରେ ନାୟକ ସୁବେଦରରୁ ଚାକିରୀକାଳରୁ ଅବସର ନେଇଛନ୍ତି । ମଣିନାଥ ରୁଦ୍ରପୁର ନିଜ ଜନ୍ମମାଟିରେ ପଂହଚିବା ପୂର୍ବରୁ ତାଙ୍କୁ ବିପଳୁ ସମ୍ବର୍ଦ୍ଧନା ଦିଆଯାଇଛି । ତାରିଣୀଛକଠାରେ ପ୍ରଥମେ ପଂହଚିବା ପରେ ରୁଦ୍ରପୁର ଗ୍ରାମବାସୀ,ସ୍ୱେଚ୍ଛାସେବୀ ସଂଗଠନ,ଶିକ୍ଷାନୁଷ୍ଠାନ କର୍ମକର୍ତା, ଛାତ୍ରଛାତ୍ରୀ ଓ ତାଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନେ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଚ୍ଛୋଟି ଆଣିଥିଲେ । ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ନିକଟ ଭବିଷ୍ୟତରେ ସେ ସାମାଜିକ ସେବା କ୍ଷେତ୍ରରେ ସହଯୋଗ କରିବା ସହ ଯୁବକମାନଙ୍କୁ ସେନାବାହିନୀରେ ଯୋଗ ପାଇଁ ପ୍ରେରଣା ଦେବେ ବୋଲି ମଣିନାଥ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande