
ଭୁବନେଶ୍ୱର, ୦୪ ସେପ୍ଟେମ୍ବର (ହି.ସ) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଜନସେବାର ୨୫ ବର୍ଷର ସଫଳ ଓ ଗୌରବମୟ ଯାତ୍ରାକୁ ସ୍ମରଣ କରି ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ର ପ୍ରସ୍ତୁତି ନିମନ୍ତେ ବ୍ରହ୍ମପୁର ଠାରେ ଆୟୋଜିତ ବୈଠକରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇଥିଲେ।
ଏହି ଅବସରରେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା