
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହୟତା ରାଶିକୁ ନେଇ ନୂଆ
ନିର୍ଦ୍ଦେଶାବଳୀ ଜାରି ହୋଇଛି । ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ
ବ୍ୟବସ୍ଥା । ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ମିଳିବ ୨ ଲକ୍ଷ ଟଙ୍କା । ଉଚ୍ଚତର
ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ମିଳିବ ୩୦ ହଜାର ଟଙ୍କା । ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବ
୧୦ ହଜାର ଟଙ୍କା । ସରକାରୀ ମେଡିକାଲରେ ନିଶୁଳ୍କ ଚିକିତ୍ସା ପ୍ରଦାନ କରାଯିବ । ଅନୁକମ୍ପା
ସହାୟତା ରାଶି ମା' କିମ୍ବା ବାପାଙ୍କୁ
ପ୍ରଦାନ କରାଯିବ । ଉଭୟ ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ମିଳିବ ସହାୟତା ।
ସହୟତା ରାଶି ପାଇଁ ପ୍ରଧାନଶିକ୍ଷକ, ଜିଲ୍ଲାପାଳ, ଡିଇଓ, ବିଇଓଙ୍କ ଅନୁମୋଦନ ଜରୁରୀ । ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ
ଅଭିଭାବକଙ୍କୁ ମିଳିବ ସହାୟତା ରାଶି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା