ମା ସମଲେଶ୍ବରୀଙ୍କ ପୀଠରେ ରଣଜିତା ଉତ୍ସବ
ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ଦଶମୀ ତିଥିରେ ମାଙ୍କ ସମଲେଶ୍ବରୀଙ୍କ ପୀଠରେ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇ ଶେଷ ହୋଇ
ମା ସମଲେଶ୍ବରୀଙ୍କ ପୀଠରେ ରଣଜିତା ଉତ୍ସବ


ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ଦଶମୀ ତିଥିରେ ମାଙ୍କ ସମଲେଶ୍ବରୀଙ୍କ ପୀଠରେ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇ ଶେଷ ହୋଇଛି ଦଶହରା । ବିଳମ୍ବିତ ରାତ୍ରିରେ ମାଙ୍କ ପୂଜକ ମାନଙ୍କ ଦ୍ବାରା ଏହି ଉତ୍ସବ ପାଳିତ ହୋଇଛି । ଏହି ପରମ୍ପରା ଆବାହମାନ କାଳରୁ ଚାଲି ଆସୁଛି । କୁମାର ପୂର୍ଣ୍ଣିମାରେ ମା ରାଜରାଜେଶ୍ବରୀ ବେଶ ଧାରଣ କରିବେ । ଏହି ଦିନ ମା ସମଲେଶ୍ବରୀଙ୍କ ମନ୍ଦିର ଚୂଡ଼ାନ୍ତ ଲାଗିଥିବା ଧ୍ବଜା ପରିବର୍ତ୍ତନ କରାଯାଇ ନୂତନ ଧ୍ବଜାରୋହଣ କରାଯିବ । ତେବେ ଦଶମୀ ତିଥିରେ ଭକ୍ତଙ୍କ ମାନସିକ ଦୀପ ସହ କଳସରେ ବିସର୍ଜନ ହୋଇଥିଲା । ସେଠାରୁ ପୂଜକମାନେ ମାଙ୍କ ଦ୍ବାରା ମନ୍ଦିର ପରିସରକୁ ଫେରିଥିଲେ । ଏହି ଅବସରରେ ଯୁଦ୍ଧରେ ଜୟ ଲାଭ କରି ରାଜାଙ୍କ ପ୍ରତ୍ୟାବର୍ତ୍ତନ ପରେ ନିଜ ରାଜ୍ୟରେ ସୈନିକ ମାନେ ଯେଭଳି ଉତ୍ସବ ମନାନ୍ତି ସେହିଭଳି ଆଖଡ଼ା ଖେଳରେ ଆଖଡ଼ା ଓସ୍ତାଦ୍ ଭଳି ମନ୍ଦିର ପୂଜକମାନେ ବିଜୟୀ ସୈନିକ ଭାବେ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରି ଉତ୍ସବ ମନାଇ ଥିଲେ । ମନ୍ଦିର ପ୍ରାଙ୍ଗଣରେ ଏହି ଉତ୍ସବ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିଲା ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande