ରବିଙ୍କ ପ୍ରେସ୍ ମିଟ୍ -ତାରାଙ୍କ କଡା ଜବାବ୍
ଜୟପୁର, ୨୬ ଅପ୍ରେଲ (ହି.ସ.) - ଜୟପୁର ନିର୍ବାଚନ ମଣ୍ଡଳୀରେ ପୁଣି ଦୁଇ ହେଭିୱେଟ୍ ନେତା ଆମ୍ନା ସାମ୍ନା ହୋଇଛନ୍ତି । ପୁ
ରବିଙ୍କ ପ୍ରେସ୍ ମିଟ୍ -ତାରାଙ୍କ କଡା ଜବାବ୍।


ଜୟପୁର, ୨୬ ଅପ୍ରେଲ (ହି.ସ.) - ଜୟପୁର ନିର୍ବାଚନ ମଣ୍ଡଳୀରେ ପୁଣି ଦୁଇ ହେଭିୱେଟ୍ ନେତା ଆମ୍ନା ସାମ୍ନା ହୋଇଛନ୍ତି । ପୁଣି ରବିନାରାୟଣ ନନ୍ଦ ଏବଂ କଂଗ୍ରେସର ହେଭିୱେଟ୍ ନେତା ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖଣ୍ଡଯୁଦ୍ଧ ।ଆଉ ଏହି ଖଣ୍ଡଯୁଦ୍ଧ ଆରମ୍ଭ ହୋଇଛି ଜୟପୁର କାଗଜକଳ ପାଇଁ । ଆଜି ରବିନାରାୟଣ ନନ୍ଦ ସାମ୍ବାଦିକ ସମ୍ମିଳନୀ ଜରିଆରେ ପେପର୍ ମିଲ୍ କୁ ନେଇ ଆରମ୍ଭ କରିଥିଲେ । ତାରା ପ୍ରସାଦ ବାହିନୀପତି ତାକୁ କାଉଂଟର କରି ସମାପ୍ତ କରିଦେଲେ ।ଆଜି କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ରାଜୁ ସାହିର ସ୍ଥାନୀୟ ବିଜେଡି କାର?୍ୟ୍ୟାଳୟ ଠାରେ ଜୟପୁରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରବିନାରାୟଣ ନନ୍ଦ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଥିଲେ ଯେ ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ପେପର୍ ମିଲ୍ ଚାଲିବା ନିମନ୍ତେ ଏବଂ ଯେଉଁ କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ସେମାନଙ୍କ ବକାୟା ରାଶି ପାଇପାରୁ ନାହାନ୍ତି,ସେମାନେ ଯେପରି ତାଙ୍କ ଇପିଏଫ୍, ତାଙ୍କର ବକାୟା ରାଶି ପାଇପାରିବେ, ଏବଂ ସଂପୂର୍ଣ୍ଣ ରୂପେ ଯେପରି ପେପର୍ ମିଲ୍ କାର୍ଯ୍ୟକ୍ଷମ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନ୍ ଙ୍କ ସହିତ ବିଜୁଜନତା ଦଳ ତରଫରୁ, ଇନ୍ଦିରା ନନ୍ଦ ତରଫରୁ ଆଜି ଆଲୋଚନା ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନନ୍ଦ କହିଛନ୍ତି । ଆସନ୍ତା ରଥଯାତ୍ରା ପୂର୍ବରୁ ଜୟପୁର ପେପର୍ ମିଲ୍ ଯେପରି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନ୍ ଓ ଇନ୍ଦିରା ନନ୍ଦ ଗ୍ୟାରେଂଟି ଦେଇଛନ୍ତି ବୋଲି ମଧ୍ୟ ଶ୍ରୀ ନନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏବଂ ରୋଜଗାର କ୍ଷମ ହେବା ପାଇଁ ଉଚ୍ଚ ଶିକ୍ଷିତ ହେବା ଆବଶ୍ୟକ, ବୈଷୟିକ ଜ୍ଞାନ ହେବା ଆବଶ୍ୟକ, ଟେକ୍ନିକାଲ ନୋଲେଜ୍ ର ମଧ୍ୟ ଆବଶ୍ୟକ ରହିଛି । ଆଜି କାମ କରିବା ପାଇଁ ହାଇଦ୍ରାବାଦ, ବେଙ୍ଗାଳୁରୁ ଓ ଅନ୍ୟ ଅଂଚଳକୁ ଯାଉଛନ୍ତି । ଏଇଠି ଏଗ୍ରୋ ଇଣ୍ଡଷ୍ଟ୍ରିସ୍ ତଥା ଏଗ୍ରୋବେଷ୍ଟ ଇଣ୍ଡଷ୍ଟ୍ରିସ୍ କରିବା ନିମନ୍ତେ ଶୀର୍ଷରେ ତଥା ମୁଖ୍ୟ ମନ୍ତ୍ରୀ ଏବଂ ଭି କେ ପାଣ୍ଡିଆନ୍ ଙ୍କ ସହିତ ଆଲୋଚନା ହୋଇ ସାରି ଥିବା ସହିତ ଏହା ବିଜୁଜନତା ଦଳ ଗ୍ୟାରେଣ୍ଟି ଦେଉଛି ବୋଲି ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ଶ୍ରୀ ନନ୍ଦ । ଏହାର ପୂର୍ଣ୍ଣାଙ୍ଗ ରୂପ ଆସନ୍ତା ଦଶହରା ଭିତରେ ଦେବା ପାଇଁ ଜୟପୁର ଠାରେ ଏଗ୍ରୋବେଷ୍ଟ ଇଣ୍ଡଷ୍ଟ୍ରିସ୍ କରିବା ନିମନ୍ତେ ଆମେ ପ୍ରତିଜ୍ଞାବଦ୍ଧ ଏବଂ ଇନ୍ଦିରା ନନ୍ଦ ମଧ୍ୟ ପ୍ରତିଜ୍ଞାବଦ୍ଧ ବୋଲି ଶ୍ରୀ ନନ୍ଦ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଉପରେ କଡା ଜବାବ୍ ଦେଇଛନ୍ତି କଂଗ୍ରେସର ହେଭିୱେଟ୍ ନେତା ତାରାପ୍ରସାଦ ବାହିନୀପତି । ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କ ଉପରେ ଦଳ ପ୍ରଥମତଃ ବିଶ୍ୱାସ କଲା ନାହିଁ ।ବିଶ୍ୱାସ ନ କରିବା ହେତୁ ତାଙ୍କ ଟିକେଟ କାଟି ତାଙ୍କ ପତ୍ନୀ ଶ୍ରୀମତୀ ଇନ୍ଦିରା ନନ୍ଦକୁ ଟିକେଟ ଦେଇଛନ୍ତି ବିଜୁଜନତା ଦଳ ବୋଲି ତାରା କହିଛନ୍ତି । ପେପର୍ ମିଲ୍ ଋଣ ଗ୍ରସ୍ତ ରବିନାରାୟଣ ନନ୍ଦ ମନ୍ତ୍ରୀ ଥିବା ଅମଳରେ ହୋଇଛି ବୋଲି ମଧ୍ୟ କହିଛନ୍ତି ତାରା । ପେପର୍ ମିଲ୍ ରେ ଭାଗ ଭାଗ ୟୁନିୟନ କରି ୨ ଟି ୟୁନିୟନର ଦାୟିତ୍ୱ ଶ୍ରୀ ନନ୍ଦ ନିଜେ ନେଉଥିଲେ ବୋଲି ମଧ୍ୟ ପାଲଟା ଜବାବ ଦେଇଛନ୍ତି ତାରା ।ସେତିକି ବେଳେ ପେପର୍ ମିଲ୍ କୁ ସର୍ବନାଶ କରି ଖାଇ । ଯାଇଥିଲେ ବୋଲି ମଧ୍ୟ ତାରା କହିଛନ୍ତି । ଦୀର୍ଘ ବର୍ଷ ଧରି କେବେ ବିଧାନସଭାରେ କିଏ ପଦଟିଏ ପେପର୍ ମିଲ୍ ପାଇଁ ପ୍ରଶ୍ନ ଉଠାଇ ନ ଥିବା ବେଳେ ଏଭଳି ଲଜ୍ୟା ହୀନ କଥା କହୁଛନ୍ତି ବୋଲି ମଧ୍ୟ ତାରାପ୍ରସାଦ ବାହିନୀପତି କହିଛନ୍ତି । ବାରମ୍ବାର ବିଧାନସଭାରେ ଜୟପୁର ପେପର୍ ମିଲ୍ ନିମନ୍ତେ ମୁଁ ପ୍ରଶ୍ନ ଉଠାବା ସହିତ ମୋର ୧୦ ବର୍ଷ ମଧ୍ୟରେ ୫ ଥର ଚିଫ୍ ସେକ୍ରେଟାରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦଖତରରେ ୩ ଥର ମୁଁ ବୈଠକ କରାଇଛି , ଏହି ଭଳି ୧୦ ବର୍ଷରେ ୨୦ ଥର ମୁଁ ପେପର୍ ମିଲ୍ କୁ ନେଇ ଘନ ଘନ ବୈଠକ କରାଇଛି ବୋଲି ମଧ୍ୟ ତାରା ଗଣମାଧ୍ୟମକୁ କହିଛନ୍ତି । ଆଜି ୧୨ ଶହ ଲୋକଙ୍କ ମଧ୍ୟରୁ ୪ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ଇପିଏଫ୍ ଟଙ୍କା ଆସିଛି । ମୁଁ ନିଜେ ବ୍ରହ୍ମପୁର ଠାରୁ ଆରମ୍ଭ କରି ଦିଲ୍ଲୀ ପର?୍ୟ୍ୟନ୍ତ ସେମାନଙ୍କ ପେପର୍ କାର?୍ୟ୍ୟ କରାଇ ଆଜି ୪ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ଇପିଏଫ୍ କରାଇଥିବା ତାରା ବାହିନୀପତି ଗଣମାଧ୍ୟମକୁ କହିଛନ୍ତି ।ଗ୍ରୀନ୍ ଫ୍ଲାଏଉଡ୍ କମ୍ପାନୀ ସହିତ ୯ ମାସ ହେବ ଜୟପୁର ଠାରେ କିମ୍ବା କୋଟପାଡ଼ ଠାରେ ଏକ ଇଣ୍ଡଷ୍ଟ୍ରିସ୍ କରିବା ପାଇଁ ଏଗ୍ରିମେଣ୍ଟ କରିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯାଏଁ ରାଜ୍ୟ ସରକାର ୬୦ ଏକର ଜାଗା ଦେଇ ପାରୁ ନାହାନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।୫୦୦କୋଟି ଟଙ୍କାରେ ଏହି ଇଣ୍ଡଷ୍ଟ୍ରିସ୍ ହେବାର ଥିଲା କିନ୍ତୁ ସରକାର ଜାଗା ଦେଲେ ନାହିଁ ବୋଲି ମଧ୍ୟ ତାରା କଡା ଜବାବ୍ ଦେଇଛନ୍ତି । ତିନୋଟି ୫ ଷ୍ଟାର ହୋଟେଲ ପାଇଁ ୩ ଟି ଚିଠି ଆସିଛି କିନ୍ତୁ ସରକାର ଆଜି ସୁଦ୍ଧା ଜାଗା ଦେଲେ ନାହିଁ ବୋଲି ମଧ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି ତାରା ।ଏଗ୍ରୀ କଲଚର୍ ବିଶ୍ୱବିଦ୍ୟାଳୟ ପାଇଁ ମଧ୍ୟ ବାରମ୍ବାର ବିଧାନସଭାରେ କହିଛି ଏବଂ ବାରମ୍ବାର ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ହୋଇଛି କିନ୍ତୁ ଆଜି ଯାଏଁ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି ବୋଲି ତାରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଉସ, ମାଂସ,ପାଉଁସ କଥା କହି ଯେଉଁ ଅପଦସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦ ଆଉ ଅପଦସ୍ତ ବୋଧେ ହେବାକୁ ଇଛା ବୋଲି ତାରା ଗଣମାଧ୍ୟମ ଆଗରେ କହିଛନ୍ତି । ମୋ ସହିତ ଲାଗ ନି ,ନ ହେଲେ ଅଣ୍ଟା ଭାଙ୍ଗି ଯିବ, କାଗଜ ପତ୍ରରେ ଅଣ୍ଟା ଭାଙ୍ଗି ଯିବ ବୋଲି କହିଛନ୍ତି ତାରା ।ଦୀର୍ଘ ୨୫ ବର୍ଷ ଶାସନ କାଳରେ କେବେ ମଧ୍ୟ କୋରାପୁଟ ଜିଲ୍ଲା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇ ନ ଥିବା ସାଧାରଣ ଜନତାଙ୍କ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ୧୫ ବର୍ଷ ଧରି ଜୟପୁର ନିର୍ବାଚନ ମଣ୍ଡଳୀରେ ରବିନାରାୟଣ ନନ୍ଦ ବିଧାୟକ ତଥା ମନ୍ତ୍ରୀ ରହିଥିଲେ । କିନ୍ତୁ ତାଙ୍କ ଅମଳରେ ମଧ୍ୟ ସେ କିଛି ଜୟପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ କରିପାରି ନ ଥିବା ମଧ୍ୟ ଏବେ ଗାଁ ଦାଣ୍ଡରୁ ଆରମ୍ଭ ହୋଇ ସହରର ମୁଖ୍ୟରାସ୍ତା ତଥା ଚା ଖଟିରେ ଚର୍ଚ୍ଚା ହେଉଛି । ଆଜିର ଏହି ପ୍ରେସ୍ ମିଟ୍ ପରେ ସାଧାରଣ ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଯେ ସରକାର ତାଙ୍କର ଥିବା ବେଳେ ସେ ନିଜେ ୩ ଥର ମନ୍ତ୍ରୀ ଥିବା ଅମଳରେ କିଛି ଜୟପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଚିନ୍ତା କଲେ ନାହିଁ,,ଆଉ ଜୟପୁର ଠାରେ ଇଣ୍ଡଷ୍ଟ୍ରିସ୍ କେତେବେଳେ ହେବ ବୋଲି ସାଧାରଣ ଜନତାଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀଯୁକ୍ତ ନନ୍ଦ ତାକୁ ନେଇ ଜନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ଦୀର୍ଘ ୨୫ ବର୍ଷ ମଧ୍ୟରେ ହୋଇପାରିଲା ନାହିଁ ଏବଂ ଯାହା ଶ୍ରୀଯୁକ୍ତ ନନ୍ଦ ତାଙ୍କ ମନ୍ତ୍ରୀ ଅମଳରେ କରି ପାରିଲେ ନାହିଁ ଏବେ ନିର୍ବାଚନକୁ ନେଇ ଏଭଳି ମନ୍ତବ୍ୟ ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଥିବା ବେଳେ ଜୟପୁର ସାଧାରଣ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ/ସମନ୍ୱୟ


 rajesh pande