କଟକଣା ସତ୍ବେ ରାବଣପୋଡ଼ି
ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ପ୍ରଶାସନିକ କଟକଣା ସତ୍ବେ ସହରର କେତେକ ସ୍ଥାନରେ ରାବଣପୋଡ଼ି ଉତ୍ସବ ପାଳିତ ହୋଇଛି ।
କଟକଣା ସତ୍ବେ ରାବଣପୋଡ଼ି


ସମ୍ବଲପୁର, ୧୬ ଅକ୍ଟୋବର (ହି.ସ.)- ପ୍ରଶାସନିକ କଟକଣା ସତ୍ବେ ସହରର କେତେକ ସ୍ଥାନରେ ରାବଣପୋଡ଼ି ଉତ୍ସବ ପାଳିତ ହୋଇଛି । କୋଭିଡ୍ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ଯୋଗୁଁ ସର୍ବସାଧାରଣ ସ୍ଥାନରେ ରାବଣପୋଡ଼ି ଉତ୍ସବ ପାଳିତ ହୋଇନଥିଲା । ମାତ୍ର ଗୋଶାଳାସ୍ଥିତ, ଗୋପାଳମାଲ ଭଳି କେତେକ ସ୍ଥାନରେ ଲୁକ୍କାୟିତ ଭାବେ ରାବଣପୋଡ଼ି ଉତ୍ସବ ପାଳିତ ହୋଇଥିବା ଖବର ହସ୍ତଗତ ହୋଇଛି ।

ଅନ୍ୟପକ୍ଷରେ ପୁଲିସର ଘନ ଘନ ପେଟ୍ରୋଲିଂ ଜାରି ରହିଥିବାରୁ ବିଳମ୍ବିତ ରାତ୍ରିରେ କେତେକ ସ୍ଥାନରେ ସୀମିତ ସଦସ୍ୟଙ୍କୁ ନେଇ ରାବଣପୋଡ଼ି ଉତ୍ସବ ପାଳିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande