ପ୍ରଧାନ ପଣ୍ଡିତ ବାବାଜୀ ଚରଣ ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ପଟ୍ଟାମୁଣ୍ଡାଇ, ୨ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପଟ୍ଟାମୁଣ୍ଡାଇ ବ୍ଲକ ଉଦୟପୁର ବିଶ୍ୱେଶ୍ୱର ସଂସ୍କୃତ ବିଦ୍
bidayakalina sabha


ପଟ୍ଟାମୁଣ୍ଡାଇ, ୨ ଡିସେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପଟ୍ଟାମୁଣ୍ଡାଇ ବ୍ଲକ ଉଦୟପୁର ବିଶ୍ୱେଶ୍ୱର ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ବାବାଜୀ ଚରଣ ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କରୋନା କଟକଣାକୁ ମାନି ସାମାଜିକ ଦୂରତା ରକ୍ଷାକରି ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟର ପୂର୍ବତନ ପ୍ରଧାନ ପଣ୍ଡିତ କାର୍ତିକ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଚନ୍ଦନନଗର ସିଂହବାହିନୀ ସଂସ୍କୃତ ବିଦ୍ୟାଳୟର ପଣ୍ଡିତ ପ୍ରଶାନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜନଗର ସତ୍ୟଶିବସୁନ୍ଦର ସଂସ୍କୃତ ବିଦ୍ୟାଳୟ ପଣ୍ଡିତ ଦୟାନିଧି ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦାୟୀ ପଣ୍ଡିତ ଶ୍ରୀ ନାୟକ ୧୯୮୩ ମସିହା ଠାରୁ ଶିକ୍ଷକତା ଜୀବନ ଆରମ୍ଭ କରି ବିଶ୍ୱେଶ୍ୱର ସଂସ୍କୃତ ବିଦ୍ୟାଳୟରେ ଯୋଗଦେବା ସହିତ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଥିଲେ । ନିଜର ନିଷ୍ଠାପର ସାଧନା ଓ ଉଦ୍ୟମ ବଳରେ ସଂସ୍କୃତ ଶିକ୍ଷାକ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ କରି ସେ ବହୁ କୃତି ଛାତ୍ରଛାତ୍ରୀ ସୃଷ୍ଟି କରି ପାରିଛନ୍ତି ବୋଲି ମତ ପ୍ରକାଶ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବନିତା ମଳିକ, ସଭ୍ୟ ବଳରାମ କୁଣ୍ଡ, ସଭ୍ୟା ଧୀରାମଣୀ କୁଣ୍ଡ, ସୁରେନ୍ଦ୍ର କୁମାର କୁଣ୍ଡ, ଅକ୍ଷୟ କୁମାର କୁଣ୍ଡ, ପ୍ରମୋଦ କୁଣ୍ଡ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ସ୍ୱେଚ୍ଛାକୃତ ଶିକ୍ଷାଦାତ୍ରୀ ସ୍ୱାଗତିକା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ବିଦାୟୀ ଶିକ୍ଷକ ଶ୍ରୀ ନାୟକଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସୁଧାଂଶୁ\ପ୍ରଦୀପ୍ତ


 rajesh pande