ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ଖୋର୍ଦ୍ଧା, ୨୬ ଅପ୍ରେଲ (ହି.ସ.)- ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସର ସମ୍ମିଳନୀ କକ୍ଷରେ ଏମ୍ସ ମେଡିକାଲ ଟାଙ୍ଗ
ପ୍ରତିଷ୍ଠା ଦିବସ


ଖୋର୍ଦ୍ଧା, ୨୬ ଅପ୍ରେଲ (ହି.ସ.)- ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସର ସମ୍ମିଳନୀ କକ୍ଷରେ ଏମ୍ସ ମେଡିକାଲ ଟାଙ୍ଗୀ ଶାଖାର ୫ମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ସ ପକ୍ଷରୁ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ଟାଙ୍ଗୀ ଅଞ୍ଚଳର ଜନ ସାଧାରଣଙ୍କୁ ଅଧିକ ସ୍ଵାସ୍ଥ୍ୟ ସେବା ଯୋଗାଇ ପାରିବ ବୋଲି ଏମ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଏମ୍ସ ଶାଖା ଟାଙ୍ଗୀ ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସହଭାଗିତାରେ ରୋଗୀ ମାନଙ୍କୁ ମଧୁମେହ ରୋଗ ସହ ଗୁରୁତର ଗର୍ଭବତୀ ମହିଳାମାନଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଏପରିକି ବିଭିନ୍ନ ଜଟିଳ ପରିସ୍ଥିତିରେ ଡ୍ରୋନ ମାଧ୍ୟମରେ ରୋଗୀ ମାନଙ୍କୁ ରକ୍ତ ସହ ଔଷଧ ଯୋଗାଇ ଦିଆଯାଉଛି।

ଏହି କାର୍ଯ୍ୟକ୍ରମରେ ଏମ୍ସ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ନର୍ସ, ଫାର୍ମାସିଷ୍ଟ, ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସରେ ଏମ୍ସ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ଵାସ, ଏମ୍ସ ର ଅଧିକ୍ଷକ ଡା. ଦିଲିପ କୁମାର ପରିଡା, ଟାଙ୍ଗୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା. ସତ୍ୟ ରଞ୍ଜନ ନନ୍ଦ, ଡା. ଅରବିନ୍ଦ ସିଂହ, ଡା. ସ୍ଵୟମ ପ୍ରଜ୍ଞା ପରିଡା, ଡା. ଅଭିଷେକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ପ୍ରଦୀପ୍ତ/ସମନ୍ୱୟ


 rajesh pande