ବିଦ୍ୟୁତ ଆଘାତରେ ମହିଳା ମୃତହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀ ଗ୍ରାମର କ୍ଷମାକାର ସାହୁଙ୍କ ପତ୍ନୀ ଉର୍ମିଳ
ବିଦ୍ୟୁତ ଆଘାତରେ ମହିଳା ମୃତହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ


ଘସିପୁରା, ୨୬ ସେପ୍ଟେମ୍ବର (ହି.ସ.)- ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀ ଗ୍ରାମର କ୍ଷମାକାର ସାହୁଙ୍କ ପତ୍ନୀ ଉର୍ମିଳାଙ୍କର ଶାଶୁଘର ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି । ଉର୍ମିଳା ନିଜ ଲୁଗା ଆଇରନ୍ କରୁଥିବା ବେଳେ ଅଚାନକ ତାଙ୍କୁ କରେଣ୍ଟ ଲାଗିଥିଲା । ବିଦ୍ୟୁତ ଆଘାତ ଯୋଗୁ ମହିଳା ଜଣକ ଫୋପାଡ଼ି ହୋଇ ପଡିବା ପରେ ପୁନର୍ବାର ଆଇରନ୍ ଟି ତାଙ୍କ ଉପରେ ପଡି ଯାଇଥିଲା । ଫଳରେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ ଆଘାତ ନୁହଁ ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବାପ ଘର ଲୋକେ । ଉର୍ମିଳାଙ୍କୁ ତାଙ୍କ ସ୍ୱାମୀ କ୍ଷମାକାର ପୂର୍ବରୁ ନିର୍ଯ୍ୟାତନା ଦେଇ ଆସୁଥିଲେ । କିଛି ଦିନ ପୂର୍ବରୁ ଉର୍ମିଳାଙ୍କୁ ଶାଶୁ ଘର ଲୋକ ନିର୍ଯ୍ୟାତନା ଦେଉଥିବାରୁ ତାଙ୍କ ଭାଇ ତାଙ୍କୁ ନେଇ ନିଜ ପାଖରେ ରଖିଥିଲେ, ତେବେ ଆପୋଷ ସମାଧାନ ପରେ କ୍ଷମାକାର ଉର୍ମିଳାଙ୍କୁ ନିଜ ଘରକୁ ନେଇ ଆସିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ଥାନାରେ ଏତଲା କରିବେ ବୋଲି ତାଙ୍କ ଭାଇ କହିଥିବା ବେଳେ ଏନେଇ ଏବେ ସୁଦ୍ଧା କୌଣସି ଅଭିଯୋଗ ହୋଇନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ରାମଚନ୍ଦ୍ରପୁର ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ଆଇଆଇସି ବନ୍ଦନା ପାତ୍ର କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ


 rajesh pande