ଅଭିଭାବକ ଓ ଶିକ୍ଷକ ସମନ୍ଵୟ ବୈଠକ
ଭୁବନ, ୧ ଅକ୍ଟୋବର (ହି.ସ.)- ଭୁବନ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। +୨ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ +୩ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାବକ
ଅଭିଭାବକ ଓ ଶିକ୍ଷକ ସମନ୍ଵୟ ବୈଠକ


ଭୁବନ, ୧ ଅକ୍ଟୋବର (ହି.ସ.)- ଭୁବନ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। +୨ ଅଧ୍ୟକ୍ଷା ଶ୍ରୀମତୀ ସୂପ୍ତିମୟି ସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ +୩ ର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଭାବକ ମାନେ ପିଲା ମାନଙ୍କର ସମସ୍ତ କାର୍ଯ୍ୟ କଳାପ ଓ ପାଠ ପଢା ଉପରେ ଗୁରୁତ୍ୱ ଆରୋପ ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ଙ୍କ ର ନିର୍ଦ୍ଦେଶ କ୍ରମେ ଆପାର ଆଇଡି ସମସ୍ତ ପିଲା ମାନଙ୍କର ନିତ୍ୟାନ୍ତ ଜରୁରୀ , ସେ ବିଷୟରେ ବିଶଦ ଭାବରେ ସଭା ଉପସ୍ଥାପିକା ଡଃ. ତେଜସ୍ୱୀନି ବେହେରା ସମ୍ୟକ୍ ଧାରଣା ଦେଇଥିଲେ ଏବଂ ଅଭିଭାବକ ମାନଙ୍କୁ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ କୁ ଅର୍ଥନୀତି ବିଭାଗର ଅଧ୍ୟାପିକା ମଞ୍ଜୁସା ମଞ୍ଜରୀ ମିଶ୍ର ଏବଂ ବରିଷ୍ଠ କିରାଣୀ ଏ ବିଷୟରେ ଅବଗତ କରାଇଥିଲେ।

ଏହି ସଭା ରେ ରାଜନୀତି ବିଭାଗ ଅଧ୍ୟାପିକା ଶ୍ରୀମତୀ ପ୍ରଣତି ବେହେରା ଏବଂ ଓଡ଼ିଆ ବିଭାଗ ଅଧ୍ୟାପିକା ନମିତା ଦ୍ୱିବେଦୀ ବାଣିଜ୍ୟ ବିଭାଗର ଅଧ୍ୟାପକ ସୁଧାଂଶୁ ଶେଖର ଓଝା, ସୁଧାଂଶୁ ବେହେରା,ଲାଇବ୍ରେରିୟାନ ଗୟାଧର ଦାସ, ବାସନ୍ତୀ ବେହେରା, ସୁରେନ୍ଦ୍ର ଗୁରୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ କିରାଣୀ ବିଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande