ଭୁବନେଶ୍ୱର,13
ଅକ୍ଟୋବର – ରାଜ୍ୟର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଡାବୁଗାଁ ନିର୍ବାଚନ
ମଣ୍ଡଳୀ କେନ୍ଦୁଗୁଡା ଗସ୍ତ ବେଳେ ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ଏହି
ଅବସରରେ ବିଦ୍ୟାଳୟର ଅପରିଷ୍କାର ପରିବେଶ ତାଙ୍କୁ ବିଚଳିତ କରିଥିଲା। ଏହା ପରେ ବିଦ୍ୟାଳୟର ପ୍ରଧାନ
ଶିକ୍ଷୟିତ୍ରୀଙ୍କ ସହ ଫୋନ୍ ରେ କଥା ହୋଇ ସ୍କୁଲ ପରିବେଶ ସମ୍ପର୍କରେ ପରାମର୍ଶ ଦେଇ ସଫା ରଖିବା
ପାଇଁ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ