ମୁମ୍ବାଇ, ୧୩ ଅକ୍ଟୋବର (ହି.ସ.)- ନେସନାଲ କଂଗ୍ରେସ ପାର୍ଟିର ନେତା ବାବା ସିଦ୍ଦିକୀଙ୍କୁ ହତ୍ୟାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ର ନାମ ଆସିବା ପରେ ମୁମ୍ବାଇ ପୋଲିସ ହରିୟାଣା ଏବଂ ୟୁପି ପୋଲିସ ସହିତ ଯୋଗଯୋଗ କରିଛି । ହରିୟାଣା ଓ ୟୁପି ପୋଲିସ ର ଏସଟିଏଫ ଧରାପଡିଥିବା ଦୁଇ ସନ୍ଦିଗ୍ଧଙ୍କ ଗତିବିଧି ଏବଂ ସେମାନଙ୍କର ଅପରାଧିକ ଇତିହାସର ଯାଂଚ୍ କରୁଛି । ଇତିମଧ୍ୟରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଧ୍ୟ ବାବା ସିଦ୍ଦିକୀଙ୍କୁ ହତ୍ୟାର ତଦନ୍ତରେ ସାମିଲ୍ ହୋଇଛି । ଦିଲ୍ଲୀ ପୋଲିସର ଏକ ଟିମ୍ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଆସିବ ।
ଏହି ମାମଲାରେ ଗିରଫ କରାଯାଇଥିବା ଗୁରମେଲ ସିଂହ ହରିୟାଣାର ହୋଇଥିବା ବେଳେ ଧର୍ମରାଜ କଶ୍ୟପ ଉତରପ୍ରଦେଶର ବୋଲି ଜଣାପଡିଛି । ସମ୍ପୃକ୍ତ ଦୁଇ ଅଭିଯୁକ୍ତ ବାବା ସିଦ୍ଦିକୀଙ୍କ ଘର ଏବଂ କାର୍ଯ୍ୟାଳୟର ରେକି କରିଥିଲେ । ଏବଂ ଦେଢ ମାସରୁ ଦୁଇ ମାସ ହେଲା ଏମାନେ ମୁମ୍ବାଇରେ ରହି ତାଙ୍କ ଉପରେ ନଜର ରଖିଥିଲେ । ଏହି ମାମଲାର ତୃତୀୟ ଅଭିଯୁକ୍ତ ଶିବକୁମାର ଗୌତମ ଓରଫ ଶିବା ଉତରପ୍ରଦେଶର ବହରାଇଚ ର ବୋଲି ଜଣାପଡିଛି । ପୋଲିସ ଶିବାକୁ ଖୋଜୁଛି । ମୁମ୍ବାଇ କ୍ରାଇମବ୍ରାଂଚର କେତେକ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ