ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀ ଅଭିଯୋଗ, ପୋଲିସର ଛାନଭିନ୍ ଜାରୀ
କନ୍ଧମାଳ, ୧୮ ଅକ୍ଟୋବର (ହି.ସ.)- ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଅଙ୍ଗଚୋରି ଅଭିଯୋଗ । ବାଲିଗୁଡ଼ା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କବର ଖୋଳି ମୃତଦେହକୁ ବାହାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଗତ ୧୩ ତାରିଖରେ ତୁମୁଡ଼ିବନ୍ଧରେ
ଘରୋଇ ମେଡିକାଲରେ ଅଙ୍ଗ ତସ୍କରୀ ଅଭିଯୋଗ, ପୋଲିସର ଛାନଭିନ୍ ଜାରୀ


କନ୍ଧମାଳ, ୧୮ ଅକ୍ଟୋବର (ହି.ସ.)- ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଅଙ୍ଗଚୋରି ଅଭିଯୋଗ । ବାଲିଗୁଡ଼ା ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କବର ଖୋଳି ମୃତଦେହକୁ ବାହାର କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ଗତ ୧୩ ତାରିଖରେ ତୁମୁଡ଼ିବନ୍ଧରେ ଦୁର୍ଘଟଣା ପରେ ବାବୁଲା ଦିଗଲ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ କଟକ ଆଣିଥିଲେ ପରିବାର ଲୋକ । କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘରକୁ ମୃତଦେହ ନେବା ପରେ ସ୍ଥିତି ଦେଖି ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ମୃତକଙ୍କ ମୁଣ୍ଡରେ ଆଘାତ ହୋଇଥିବା ବେଳେ ତାଙ୍କ ପେଟ କଟାଯାଇଥିବା ଦେଖି ସନ୍ଦେହ ହୋଇଥିଲା । ମୃତ ବାବୁଲାଙ୍କ ପୁଅ ଏନେଇ ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ବାଲିଗୁଡ଼ା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande