ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସଫଳ ପର୍ବତାରୋହୀ  ମଧୁସ୍ମିତା ପାତ୍ର
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)– ରାଜ୍ୟର ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଆଜି ସଫଳ ପର୍ବତାରୋହୀ ମଧୁସ୍ମିତା ପାତ୍ର ଭେଟିଛନ୍ତି । ପରିବହନ ମନ୍ତ୍ରୀ ଶ୍ରୀ ଜେନା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, ବିଶ୍ୱର
ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ସଫଳ ପର୍ବତାରୋହୀ  ମଧୁସ୍ମିତା ପାତ୍ର


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.)– ରାଜ୍ୟର ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଆଜି ସଫଳ ପର୍ବତାରୋହୀ ମଧୁସ୍ମିତା ପାତ୍ର ଭେଟିଛନ୍ତି । ପରିବହନ ମନ୍ତ୍ରୀ ଶ୍ରୀ ଜେନା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଉଚ୍ଚତମ ଶୃଙ୍ଗ ଆରୋହଣ କରି ଜଣେ ସଫଳ ପର୍ବତାରୋହୀ ଭାବରେ ଆମ ଗୋପାଳପୁରର ପାଇଁ ସୁନାମ ଆଣିଥିବା ମଧୁସ୍ମିତା ପାତ୍ରଙ୍କ ସହିତ ସୌଜନମୂଳକ ଭେଟ ହେଲା। ମହାପ୍ରଭୂ ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ପରବର୍ତ୍ତୀ ଲକ୍ଷ୍ୟ ଦକ୍ଷିଣ ଆମେରିକାର ଉଚ୍ଚତମ ଶୃଙ୍ଗ, ଆର୍ଜେଣ୍ଟିନାରେ 6961 ମିଟର ଉପରେ ଅବସ୍ଥିତ ଆକୋନକାଗୁଆ ସଫଳତାର ସହ ଆରୋହଣ କରନ୍ତୁ ଓ ଅଞ୍ଚଳପାଇଁ ସୁନାମ ଆଣନ୍ତୁ ଏହା କାମନା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande