କୋରାପୁଟ ଜିଲ୍ଲା ମେଟ୍ୟୁର ବକ୍ସିଂ ସଂଘ ଗଠିତ
ଜୟପୁର,୧୮ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ମେଟ୍ୟୁର ବକ୍ସିଂ ସଂଘ ଗଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନ ଧାରା ୧୮୬୦ ଅନୁଯାୟୀ ଉକ୍ତ ସଂଘର ପଞ୍ଜିକରଣ ହୋଇଛି । ଅତିରିକ୍ତ ସୋସାଇଟି ରେଜିଷ୍ଟ୍ରେସନ ଅଧିକାରୀ କୋରାପୁଟ ଉକ୍ତ ପ୍ରମାଣ ପତ୍ର ସଂଖ୍ୟା ୫୬୦୯ ତା ୦୩.୧୦.୨୦୨୪ ରିଖ ରେ ପ୍ରଦାନ କରି
କୋରାପୁଟ ଜିଲ୍ଲା ମେଟ୍ୟୁର ବକ୍ସିଂ ସଂଘ ଗଠିତ


କୋରାପୁଟ ଜିଲ୍ଲା ମେଟ୍ୟୁର ବକ୍ସିଂ ସଂଘ ଗଠିତ


ଜୟପୁର,୧୮ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ମେଟ୍ୟୁର ବକ୍ସିଂ ସଂଘ ଗଠିତ ହୋଇଯାଇଛି । ସୋସାଇଟି ରେଜିଷ୍ଟ୍ରେସନ ଧାରା ୧୮୬୦ ଅନୁଯାୟୀ ଉକ୍ତ ସଂଘର ପଞ୍ଜିକରଣ ହୋଇଛି । ଅତିରିକ୍ତ ସୋସାଇଟି ରେଜିଷ୍ଟ୍ରେସନ ଅଧିକାରୀ କୋରାପୁଟ ଉକ୍ତ ପ୍ରମାଣ ପତ୍ର ସଂଖ୍ୟା ୫୬୦୯ ତା ୦୩.୧୦.୨୦୨୪ ରିଖ ରେ ପ୍ରଦାନ କରିଛନ୍ତି । ଏଥିରେ ଶଶୀଭୂଷଣ ଦାଶ୍ ସଭାପତି, ବିପିନ ବିହାରୀ ମହାପାତ୍ର ସମ୍ପାଦକ, ପବନ ପାଣିଗ୍ରାହୀ କୋଷାଧ୍ୟକ୍ଷଙ୍କ ସମେତ ସମୁଦାୟ ୨୧ ଜଣ କର୍ମକର୍ତ୍ତା ରୁପେ ମନୋନୀତ ହୋଇଛନ୍ତି ।

ସୁପ୍ରିତ୍ ପୁଜାରୀ ଉପସଭାପତି, କେଦାର ଗୌରୀ ଦାଶ୍ ସହ ସମ୍ପାଦକ, ତେଜେଶ୍ବର ପଣ୍ଡା ଆଇନ ଉପଦେଷ୍ଟା, ସୁନାକର ରାଉତ ଉପଦେଷ୍ଟା, ବୃନ୍ଦାବନ ପଣ୍ଡା କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ସମେତ ୧୪ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟ ମନୋନୀତ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ବକ୍ସିଂ ସଂଘ ହୋଇଥିବାରୁ ସ୍ଥାନିୟ ଛାତ୍ର, ଛାତ୍ରୀ ଓ ଯୁବକ ମାନଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande