ୟୁଜିସି ନେଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଅଜୟ କୁମାର କାଦ୍ରକାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଜିସି ନେଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଅଜୟ କୁମାର କାଦ୍ରକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି. ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍
ୟୁଜିସି ନେଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଅଜୟ କୁମାର କାଦ୍ରକାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଜିସି ନେଟ ପରୀକ୍ଷାରେ ସଫଳତା ହାସଲ କରିଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଅଜୟ କୁମାର କାଦ୍ରକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି. ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଅଜୟ କୁମାର କାଦ୍ରକା ନିଜର ନିଷ୍ଠା, ଦୃଢ ଇଚ୍ଛାଶକ୍ତି ଏବଂ ଉଦ୍ୟମ ଦ୍ଵାରା ୟୁଜିସି ନେଟ 2024 ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସହକାରୀ ଅଧ୍ୟାପକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande