ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ, ସିଂହଦ୍ଵାରକୁ ଛାଡି ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ
ପୁରୀ, ୧୮ ଅକ୍ଟୋବର (ହି.ସ.)- ପବିତ୍ର କାର୍ତିକ ମାସରେ ଶ୍ରୀମନ୍ଦିରରେ ଉଭୟ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତି କ୍ରମେ ଆଜି ଠାରୁ କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରଦ୍ଧ
ଶ୍ରୀମନ୍ଦିର


ପୁରୀ, ୧୮ ଅକ୍ଟୋବର (ହି.ସ.)- ପବିତ୍ର କାର୍ତିକ ମାସରେ ଶ୍ରୀମନ୍ଦିରରେ ଉଭୟ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତି କ୍ରମେ ଆଜି ଠାରୁ କେବଳ ସିଂହଦ୍ଵାର ଓ ପଶ୍ଚିମ ଦ୍ଵାର ଦେଇ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି । ଶ୍ରୀଜୀଉଙ୍କୁ ଦର୍ଶନ ଓ ବେଢ଼ାରେ ଥିବା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପରେ କେବଳ ସିଂହଦ୍ଵାରକୁ ଛାଡି ଅନ୍ୟ ୩ ଦ୍ଵାରରେ ଶ୍ରଦ୍ଧାଳୁ ମାନେ ପ୍ରସ୍ଥାନ କରୁଛନ୍ତି । ସିଂହଦ୍ଵାରରେ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ଏହି ପ୍ରବେଶ ଓ ପ୍ରସ୍ଥାନ କଟକଣା ଶ୍ରୀମନ୍ଦିର ସେବକ ଏବଂ ତାଙ୍କ ପରିବାର ପାଇଁ ଲାଗୁ ହେବ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande