ରେଖାଙ୍କୁ ଦୌଡରେ ସ୍ୱର୍ଣ୍ଣ ପଦକ
ସମ୍ବଲପୁର, ୧୮ ଅକ୍ଟୋବର (ହି.ସ.) - ସମ୍ବଲପୁର ଝିଅ ରେଖା ଦେ ୪୫ବର୍ଷୀୟ ମହିଳା ବର୍ଗ ୧୦୦ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏଥିସହ ଲମ୍ବଡିଆଁରେ ସ୍ୱର୍ଣ୍ଣ ଓ ଟ୍ରିପଲ ଡିଆଁରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେଣୁ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାବିତ୍ ସୁନ୍
ରେଖାଙ୍କୁ ଦୌଡରେ ସ୍ୱର୍ଣ୍ଣ ପଦକ


ସମ୍ବଲପୁର, ୧୮ ଅକ୍ଟୋବର (ହି.ସ.) - ସମ୍ବଲପୁର ଝିଅ ରେଖା ଦେ ୪୫ବର୍ଷୀୟ ମହିଳା ବର୍ଗ ୧୦୦ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏଥିସହ ଲମ୍ବଡିଆଁରେ ସ୍ୱର୍ଣ୍ଣ ଓ ଟ୍ରିପଲ ଡିଆଁରେ ବ୍ରୋଞ୍ଜ ପଦକ ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତେଣୁ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାବିତ୍ ସୁନ୍ଦରମଣି ବାରିକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସୂଚନାଯୋଗ୍ୟ, ୩୬ତମ ମାଲେସିଆନ ଆର୍ନ୍ତଜାତୀୟ ଓପନ ମାଷ୍ଟର୍ସ ଏଥେଲେଟିନିସ୍ ଚାମ୍ପିୟାନସିପ୍ ୨୦୨୪ କୁଆଲାଲମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮ଟି ଦେଶର ପ୍ରାୟ ୯୦୦ଜଣ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ ରେଖା ତାଙ୍କର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande