ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ
କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେନ୍ଦ୍ରାପଡା ନଗର ଓ ତହସିଲ ଶାଖା ପକ୍ଷରୁ ୯୯ ତମ ବିଜୟା ଦଶମୀ ଉତ୍ସବ ପୈାରାଂଚଳ ଅନ୍ତର୍ଗତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ସଂଘ ଚାଳକ ଅଇନଜୀବି ସଂଜୟ କୁମାର ପତ୍ରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ ପାଳନ


କେନ୍ଦ୍ରାପଡ଼ା, ୧୪ ଅକ୍ଟୋବର(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେନ୍ଦ୍ରାପଡା ନଗର ଓ ତହସିଲ ଶାଖା ପକ୍ଷରୁ ୯୯ ତମ ବିଜୟା ଦଶମୀ ଉତ୍ସବ ପୈାରାଂଚଳ ଅନ୍ତର୍ଗତ ଟେଲିକମ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ସଂଘ ଚାଳକ ଅଇନଜୀବି ସଂଜୟ କୁମାର ପତ୍ରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ନେତା ତଥା ଶିକ୍ଷାବିତ୍ ତପନ କୁମାର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ବ୍ୟକ୍ତିର ନୈତିକ ଉତ୍‌ଥାନ ଓ ରାଷ୍ଟ୍ରୀୟ ଭାବଧାରାର ବ୍ୟାପକ ପ୍ରଚାର ପ୍ରସାର କରିବା ଦିଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରାୟ ୧୦୦ ବର୍ଷ ଧରି କରି ଆସୁଥିବା ଅନବରତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏ ଦିଗରେ ଯୁବ ସମାଜ ଅଧିକ ସକ୍ରୀୟ ଭାବେ ସଂଘରେ ଯୋଗଦାନ କରି ନିଜର ରାଷ୍ଟ୍ର ଚେତନାର ବାହକ ହେବାପାଇଁ ଆହ୍ୱାନ ଦେଇଥିଲେ । ବରିଷ୍ଠ ପ୍ରଚାରକ ଲକ୍ଷ୍ମୀଧର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଘର ଆବଶ୍ୟକତା, ଉତ୍ପତି ଓ ଲକ୍ଷ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ନଗର ସଂଘ ଚାଳକ ବାଇଧର ରାଉତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ବିଜୟା ଦଶମୀ ଉତ୍ସବ ଉପଲକ୍ଷେ ମିଷ୍ଟାନ୍ନ ବଂଟନ କରାଯାଇ ଥିଲା । କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଗଣବେଶ ଧାରୀ ସ୍ୱୟଂ ସେବକ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande