ହବିଷ୍ୟାଳୀଙ୍କ କାର୍ତିକ ବ୍ରତ ଆରମ୍ଭ
ପୁରୀ, ୧୮ ଅକ୍ଟୋବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀଙ୍କ ପବିତ୍ର କାର୍ତିକ ବ୍ରତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳୀ ମାନେ ଶ୍ରୀକ୍ଷେତ୍ରରେ ପହଂଚିଲେଣି । କାର୍ତିକ ବ୍ରତ ପାଇଁ ହବିଷ୍ୟାଳୀ ମାନେ ପୁରୀରେ ଏକ ମାସ ଧରି ଅବସ୍ଥାନ କରିବେ । ଆଜି ସଂକଳ୍ପ କରି ହବିଷ୍ୟାଳୀମାନେ ଏହି
ହବିଷ୍ୟାଳୀଙ୍କ କାର୍ତିକ ବ୍ରତ ଆରମ୍ଭ


ପୁରୀ, ୧୮ ଅକ୍ଟୋବର (ହି.ସ.)- ଆଜି ଠାରୁ ଆରମ୍ଭ ହୋଇଛି ହବିଷ୍ୟାଳୀଙ୍କ ପବିତ୍ର କାର୍ତିକ ବ୍ରତ । ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳୀ ମାନେ ଶ୍ରୀକ୍ଷେତ୍ରରେ ପହଂଚିଲେଣି । କାର୍ତିକ ବ୍ରତ ପାଇଁ ହବିଷ୍ୟାଳୀ ମାନେ ପୁରୀରେ ଏକ ମାସ ଧରି ଅବସ୍ଥାନ କରିବେ । ଆଜି ସଂକଳ୍ପ କରି ହବିଷ୍ୟାଳୀମାନେ ଏହି ବ୍ରତ ଆରମ୍ଭ କରିଛନ୍ତି । ଏହି ମାସରେ ହବିଷ୍ୟାଳୀମାନେ ରାଧାଦାମୋଦରଙ୍କ ପୂଜା କରିବେ । ଏନେଇ ହବିଷ୍ୟାଳୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ୪ଟି ହବିଷ୍ୟାଳି କେନ୍ଦ୍ରରେ ୨୫୦୦ ହବିଷ୍ୟାଳୀ ରହି କାର୍ତିକ ବ୍ରତ ପାଳନ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ୪ଟି ହବିଷ୍ୟାଳୀ କେନ୍ଦ୍ର ହେଲା ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେସନ ରହଣି ସ୍ଥଳ, ବଗଲା ଧର୍ମଶାଳା ଓ ମୋଚିସାହି ପୌର କଲ୍ୟାଣ ମଣ୍ଡପ । ଏହା ବ୍ୟତୀତ ବିଭିନ୍ନ ମଠବାଡି, ଭଡ଼ାଘରେ ଏବଂ ସମ୍ପର୍କୀୟଙ୍କ ଘରେ ହବିଷ୍ୟାଳୀ ମାନେ ପହଂଚି ସାରିଲେଣି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande