Odisha, 13 ନଭେମ୍ବର (ହି.ସ.)
କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ପଂଚାୟତ ଅଧିନ ଭଣଗାଁ ଗ୍ରାମର ଅଜୟ ଜେନା ଙ୍କ ୬ ବଖରା ଚାଳ ଘର ଆକସ୍ମିକ ଅଗ୍ନି କାଣ୍ଡ ରେ ସଂପୂର୍ଣ ପୋଡି ଧ୍ବଂସ ହୋଇ ଯାଇଛି।ଖବର ପାଇ କେନ୍ଦ୍ରାପଡା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟିର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସମବାୟ ବିତ୍ ପ୍ରମୋଦ କୁମାର ସାହୁ ଏକ ସ୍ବତନ୍ତ୍ର ଟିମ୍ ସହ ପୀଡିତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ବାସନ କୁସନ,ଲୁଗାପଟା, ରାସନ ସାମଗ୍ରୀ ଓ ୫ହଜାର ନଗଦ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସହାୟତା ପ୍ରଦାନ ସମୟରେ ମୁଖ୍ୟ ଶାଖା ପରିଚାଳିକା ନିହାରିକା ରାଉତ, କାର୍ଯ୍ୟ ନିର୍ବାହୀ ମନୀଶ ସାହୁ, ଦୈନିକ ଜମା ସଂଗ୍ରାହକ ଅମିତ ଦାସ ଓ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର ମଲିକ୍ ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି