ସ୍ୱର୍ଗତ ବିଷ୍ଣୁ ଚରଣ ରାଉତଙ୍କ ବିୟୋଗରେ ମା ତାରିଣୀ ମହାବିଦ୍ୟାଳୟରେ ସ୍ମୃତି ଚାରଣ ସଭା
କୋରେଇ, ୨୦ ନଭେମ୍ବର (ହି.ସ.) - ପାଣିକୋଇଲି ପଂଚାୟତର ପୂର୍ବତନ ସରପଂଚ ଓ ଚାନ୍ଦପୁର ଗ୍ରମର ମୁରବୀ ବିଷ୍ନୁ ଚରଣ ରାଉତଙ୍କର ସେମବାର ବିଳମ୍‌ବିତ ରାତିରେ ପରଲୋକ ଘଟିଛି। ସ୍ୱର୍ଗତ ରାଉତ ମା ତାରିଣୀ ମହାବିଦ୍ୟାଳୟର ୧୯୯୦ ମସିହାରୁ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସ୍ୱର୍ଗତ ରାଉତଙ୍କ ଅକାଳ ବିୟୋଗରେ +୩ ମହାବି
ସ୍ୱର୍ଗତ ବିଷ୍ଣୁ ଚରଣ ରାଉତଙ୍କ ବିୟୋଗରେ ମା ତାରିଣୀ ମହାବିଦ୍ୟାଳୟରେ ସ୍ମୃତି ଚାରଣ ସଭା


କୋରେଇ, ୨୦ ନଭେମ୍ବର (ହି.ସ.) - ପାଣିକୋଇଲି ପଂଚାୟତର ପୂର୍ବତନ ସରପଂଚ ଓ ଚାନ୍ଦପୁର ଗ୍ରମର ମୁରବୀ ବିଷ୍ନୁ ଚରଣ ରାଉତଙ୍କର ସେମବାର ବିଳମ୍‌ବିତ ରାତିରେ ପରଲୋକ ଘଟିଛି। ସ୍ୱର୍ଗତ ରାଉତ ମା ତାରିଣୀ ମହାବିଦ୍ୟାଳୟର ୧୯୯୦ ମସିହାରୁ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସ୍ୱର୍ଗତ ରାଉତଙ୍କ ଅକାଳ ବିୟୋଗରେ +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.଼ ଚନ୍ଦ୍ରକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୋକସଭା ଓ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା। ଉକ୍ତ ସଭାରେ +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥ ସାରଥି ବିଶ୍ୱାଳ, ଅଧ୍ୟାପକ ସମରେନ୍ଦ୍ର ଦାଶ, ମଦନ ମୋହନ ପାତ୍ର. ବିଦ୍ୟାଧର ବେହେରା, ବଳରାମ ପଣ୍ଡା, ଗୋପବନ୍ଧୁ ସାହୁ, ସୁଶାନ୍ତ ପଣ୍ଡା,ତୁଷାର ରଂଜନ ପୁହାଣ, ଗୈାରହରି ମହାପାତ୍ର,ସତ୍ୟବ୍ରତ ଦାସ, ସନ୍ତୋଷ କୁମାର ଦାଶ, ସୋମନାଥ ପତି,ରଶ୍ମିରଂଜନ ମହାପାତ୍ର, ଶୁଭକାନ୍ତ ପାତ୍ର ଅଧ୍ୟାପିକା ବସନ୍ତ ମଂଜରୀ ସାହୁ, ପାର୍ବତୀ ନାଥ, ପ୍ରଭାମୟୀ ସାମଲ, କଲ୍ୟାଣୀ ସାମଲ, ଶାରଳା ଦାଶଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ରାଉତଙ୍କର ସ୍ମୃତି ଚାରଣ କରିଥିଲେ। ଶେଷରେ ରବିନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande