ଜୟପୁର, ୨୦ ନଭେମ୍ବର (ହି.ସ.) - ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତେ ଅନ୍ୟାନ୍ୟ ଗ୍ରାମାଂଚଳର ପ୍ରାଥମିକ କେନ୍ଦ୍ର ଗସ୍ତ ବେଳେ ଯାଂଚ ଓ ତଦାରଖ କରିଥିଲେ । ଏହି ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ବିଭିନ୍ନ ଗୋଷ୍ଠୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଦଳ ଯାଂଚ ତଦାରଖ ରିପୋର୍ଟକୁ ଭିତି କରି ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ସେବା ଭିତିଭୂମି ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ । କମନ ରିଭ୍ୟୁ ମିସନ (ସି.ଆର.ଏମ) ନାମକ ଏହି ଦଳରେ କମିଶନର ସ୍ତରୀୟ ୮ଜଣ ଅଧିକାରୀ ରହିଛନ୍ତି। ଆଜି ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟ ଗସ୍ତ ବେଳେ ଏହି ୮ଜଣିଆ ଦଳର ମୁଖ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ କମିଶନର ଡା. ଜୟା ଅଲ୍ଲି ରିଜଭି, ଉପଦେଷ୍ଠା ଡା. ଶଶାଙ୍କ କୁମାର, କର୍ଣ୍ଣାଟକ ରାଜ୍ୟ ମଧୁସୂଦନ ସାଇ ମେଡିକାଲ କଲେଜ ତଥା ପ୍ରତିଷ୍ଠାନର ପ୍ରଫେସର ଡା. ଦୀପା ଏଲ.ଏନ ଏବଂ ଆର୍ôଥକ ବିଶ୍ଳେଷର ବିଶେଷଜ୍ଞ ସତ୍ୟଜିତ୍ ସାହୁ ୪ ଜଣ ଏହି ଦଳରେ ସାମିଲ ରହିଥିଲେ। ଏହି ଦଳ ଦୀର୍ଘ ୩ ଘଂଟା ପର୍ଯ୍ୟନ୍ତ ଜିଲ୍ଲା ଚିକିତ୍ସାଳୟର ସମସ୍ତ ବିଭାଗ, ଅସ୍ତ୍ରପୋଚାର କକ୍ଷ, ପରିସର ଏବଂ ଅନ୍ୟାନ୍ୟ ଭବନ ପରିଦର୍ଶନ କରିଥିଲେ । ଏହି ଅବସରରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡା. ବରଦା ପ୍ରସାଦ ମିଶ୍ର, ଜିଲ୍ଲା ଚିକିତ୍ସାଳୟ ଅଧିକ୍ଷକ ଡା. ରବିନ୍ଦ୍ରନାଥ ମିଶ୍ର, ଅନ୍ୟାନ୍ୟ ବିଭାଗିୟ ଅଧିକାରୀ , କର୍ମଚାରୀ ଏବଂ ଡାକ୍ତର ମାନେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଏବଂ ଭିତିଭୂମିର ତଦାରଖ କରିବାକୁ ଏହି କେନ୍ଦ୍ରୀୟ ଦଳ ଓଡିଶା ଗସ୍ତରେ ରହିଛନ୍ତି । ଗତକାଲି ଠାରୁଏହି ଦଳ ଗସ୍ତ ଆରମ୍ଭ କରିଥିବା ବେଳେ ଗୁରବାର ଦିନ ଶେଷ ହେବ, ଦୁଇଟି ଦଳ ମଧ୍ୟରୁ ଗୋଟିଏ ଦଳ ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲାର ସଦରମହକୁମା ଉପଖଣ୍ଡର ଏବଂ ଜୟପୁର ଉପଖଣ୍ଡର ଜିଲ୍ଲା ଚିକିତ୍ସାଳୟ ସମେତ ଅନ୍ୟାନ୍ୟ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗସ୍ତ କରିବେ । ଏହି ଦଳ ସଫେଇ ଓ ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରତ୍ୱ ପ୍ରଦାନ କରାଯାଉଥିବା ବେଳେ କର୍ମଚାରୀ ଏବଂ ଚିକିତ୍ସାଳୟକୁ ଆସୁଥିବା ରୋଗିଙ୍କ ସମ୍ପର୍କିୟଙ୍କ ବାଇକ ପାର୍କିଂ ସ୍ଥଳରେ ବେଆଇନ ଭାବେ ପାର୍କିଂ କରାଯାଉଥିବା ଅଟୋ ଏବଂ ଅନ୍ୟାନ୍ୟ ଚାରିଚକିଆ ଯାନକୁ ହଟାଯାଇଥିଲା । ସେହିପରି ଜିଲ୍ଲା ଚିକିତ୍ସାଳର ପାଚେରୀ ଏବଂ ସମ୍ମୁଖରେ ରହିଥିବା ନିର୍ମାଣଧିନ ଆଇ.ଟି ପାର୍କ ଏବଂ ଜାତୀୟ ରାଜପଥ ପାଚେରୀକୁ ଲାଗି ରହିଥିବା ଅସ୍ଥାୟୀ ଦୋକାନୀ ମାନଙ୍କୁ ମଧ୍ୟ ହଟାଯାଇଥିଲା। ଏହିପରି ସୁବ୍ୟବସ୍ଥାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହିପରି କେନ୍ଦ୍ରୀୟ ଦଳର ଗସ୍ତ ସମୟରେ ଯେଉଁଭଳି ବ୍ୟବସ୍ଥା କରାଯାଉଛି ଏହା ସବୁଦିନ ରହିଲେ ଲୋକ ଉପକୃତ ହୋଇ ପରିଥାନ୍ତେ କେନ୍ଦ୍ରୀୟ ଦଳର ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ ଓ ତଦାରଖ କରିଥିଲେ କୋରାପୁଟ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଭିତିଭୂମିର ତଦାରଖ ଏବଂ ଯାଂଚ ପାଇଁ କେନ୍ଦ୍ର ସରକାରଙ୍କ ଏକ ୮ ଜଣିଆ ଅଧିକାରୀ ସ୍ତରୀୟ ପ୍ରତିନିଧି ଦଳ ଗତକାଲି ଠାରୁ ୩ଦିନିଆ ଗସ୍ତ ରେ କୋରାପୁଟ ଜିଲ୍ଲାକୁ ଆସିଛନ୍ତି କ୍ଷ ଆଜି ଦ୍ୱିତୀୟ ଦିବସରେ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ସମେତେ ଅନ୍ୟାନ୍ୟ ଗ୍ରାମାଂଚଳର ପ୍ରାଥମିକ କେନ୍ଦ୍ର ଗସ୍ତ ବେଳେ ଯାଂଚ ଓ ତଦାରଖ କରିଥିଲେ । ଏହି ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ବିଭିନ୍ନ ଗୋଷ୍ଠୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଦଳ ଯାଂଚ ତଦାରଖ ରିପୋର୍ଟକୁ ଭିତି କରି ଓଡିଶା ରାଜ୍ୟର ସ୍ୱାସ୍ଥ୍ୟ ସେବା ଭିତିଭୂମି ଉନ୍ନତୀକରଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ପ୍ରଦାନ କରିବେ । କମନ ରିଭ୍ୟୁ ମିସନ (ସି.ଆର.ଏମ) ନାମକ ଏହି ଦଳରେ କମିଶନର ସ୍ତରୀୟ ୮ଜଣ ଅଧିକାରୀ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ