ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ର-ଶିକ୍ଷକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ
ଜୟପୁର 20 ନଭେମ୍ବର (ହି.ସ.)ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର (ସିୟୁଓ) କୃଷି ବିଭାଗ ପକ୍ଷରୁ କ୍ୟାମ୍ପସରେ ଏକ ଛାତ୍ର-ଶିକ୍ଷକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଶୈକ୍ଷିକ ବିନିମୟ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରାଯାଇଥିଲା । ଗୁଜୁରାଟର ନବସାରୀ କୃଷି ବିଶ୍ୱବିଦ
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ର-ଶିକ୍ଷକ ପାରସ୍ପରିକ ଆଲୋଚନା କାର୍ଯ୍ୟକ୍ରମ


ଜୟପୁର 20 ନଭେମ୍ବର (ହି.ସ.)ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର (ସିୟୁଓ) କୃଷି ବିଭାଗ ପକ୍ଷରୁ କ୍ୟାମ୍ପସରେ ଏକ ଛାତ୍ର-ଶିକ୍ଷକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଶୈକ୍ଷିକ ବିନିମୟ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରାଯାଇଥିଲା ।

ଗୁଜୁରାଟର ନବସାରୀ କୃଷି ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଅଧ୍ୟାପକମାନେ, ଡକ୍ଟର ଅଜୟ ନରୱାଡେ (ଆସୋସିଏଟ୍ ପ୍ରଫେସର ଏବଂ ପ୍ଲାଣ୍ଟ ଫିଜିଓଲୋଜି ବିଭାଗର ମୁଖ୍ୟ), ପ୍ରଫେସର ନୀତିନ ପଟେଲ (ଉଦ୍ୟାନ କୃଷି ବିଭାଗ), ପ୍ରଫେସର ରାଜୁ ଖତ୍ରୀ (କୃଷି ଅର୍ଥନୀତି ବିଭାଗ) ଏବଂ ପ୍ରଫେସର ଓୟୁ ବଡ଼ଭିଆ (ଗଣିତ ବିଭାଗ) ସିୟୁଓ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ । ସେମାନେ ସମସାମୟିକ କୃଷି ବିଜ୍ଞାନ ଏବଂ ଜାତୀୟ ଅର୍ଥନୈତିକ ବିକାଶ ପାଇଁ ଜରୁରୀ ବୈଷୟିକ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ସିୟୁଓର ଭାରପ୍ରାପ୍ତ କୁଳପତି ତଥା ଭାରପ୍ରାପ୍ତ କୁଳସଚିବ ପ୍ରଫେସର ଏନ୍ ସି ପଣ୍ଡା ଉଦ୍ଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ସିୟୁଓର ଆସୋସିଏଟ୍ ପ୍ରଫେସର ତଥା କୃଷି ବିଭାଗ ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ, ଡ. ଫଗୁନାଥ ଭୋଇ ଜଣେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande