କେଉଁଝର, ୨୦ ନଭେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଦୌରାଜଜ୍ ଅଶୋକ କୁମାର ପଣ୍ଡା ଏକ ହତ୍ୟା ମାମଲାର ଶୁଣାଣୀ କରି ଅଭିଯୁକ୍ତ ଶୁକ୍ରା ଜୁଆଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ କରଛନ୍ତି । ଜୋରିମାନା ଅନାଦେୟ ଆଉ ୧ ମାସ ଅଧିକ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ପ୍ରକାଶ ଯେ, ତା ୧୬/୦୩/୨୦୨୪ ରିଖରେ ପଣ୍ଡାପଡା ଥାନା ହୁଣ୍ଡା ଗ୍ରାମ ବାଲିଦାଣ୍ଡ ସାହିର ଶୁକ୍ରା ଜୁଆଙ୍ଗ(୩୦) ତାର ସ୍ତ୍ରୀ ଗୋଲାପ ଜୁଆଙ୍ଗ (୨୮) କୁ ଗୋଟିଏ ଲୁହାରଡରେ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ବିବାହର ୬ ବର୍ଷ ପରେ ମଧ୍ୟ ଛୁଆ ପିଲା ହେଉନଥିବା କୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ତା ୧୬/୦୩/୨୦୨୪ ରିଖ ଦିନ ସେମାନେ ପିଲା ଛୁଆ ହେଉନଥିବାରୁ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ କୁ ଏକ ଅଟୋରେ ଯାଇ ଜଣେ ବଇଦକୁ ଦେଖାଇଥିଲେ । ସେଠାରୁ ଫେରି ଅପରାହ୍ନ ୨ଟାରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପୁୁୁଣି ଝଗଡା ହୋଇଥିଲା । ଶୁକ୍ରା ଜୁଆଙ୍ଗ ଉତ୍ୟକ୍ତ ହୋଇ ଏକ ଲୁହା ରଡରେ ସ୍ତ୍ରୀ ଗୋଲାପ ଜୁଆଙ୍ଗଙ୍କ ମୁଣ୍ଡରେ ପିଟି ଦେବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଘଟଣା ନେଇ ପଣ୍ଡାପଡା ଥାନାର ଗ୍ରାମରକ୍ଷୀ ଦୁର୍ଯ୍ୟୋଧନ ବେହେରା ଗାଁ ଲୋକଙ୍କ ଠାରୁ ସୂଚନା ପାଇ ପଣ୍ଡାପଡ଼ା ଥାନାରେ ଲିଖିତ ଭାବେ ଜଣାଇଥିଲା । ପୋଲିସ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଲୁହାରଡ ଜବତ୍ କରିବା ସହ କେସ ନମ୍ବର ୧୨୬/୨୦୨୪ରେ ମାମଲା ରୁଜୁ କରି ଆସାମୀ ଶୁକ୍ରା ଜୁଆଙ୍କକୁ ଗିରଫ କରିଥିଲା । ୧୬ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତକୁ ଭିତି କରି ଉକ୍ତ ଦଣ୍ଡାଦେଶ କରିଛି । ସରକାରଙ୍କ ପକ୍ଷରୁ ଜିଲ୍ଲା ଦୌରାଜଜ କୋର୍ଟର ପିପି ପ୍ରଦୀପ କୁମାର ଦାସ ମାମଲା ପରିଚାଳନା କରିଥିଲେ । ଏହି ମାମଲା ପୋଲିସ ଖୁବ କମ ଦିନରେ ଅର୍ଥାତ୍ ୧ ମାସରୁ କମ ଦିନରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ପୋଲିସ ତା ୧୬/୦୩/୨୦୨୪ ରିଖରେ ତଦନ୍ତ ଆରମ୍ଭ କରି ତା ୦୬/୦୪/୨୦୨୪ ରିଖରେ ଚାର୍ଜସିଟ ଦାଖଲ କରିଥିଲେ। ହତ୍ୟା ଘଟଣାର ବିଚାର ମଧ୍ୟ ତ୍ୱରିତ ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି । ବିଚାର ତା ୦୪/୦୬/୨୦୨୪ ରିଖରେ ଆରମ୍ଭ ହୋଇ ଆଜି ଶୁଣାଣୀ ହୋଇଛି । ମାତ୍ର ୫ ମାସରେ ଏହି ମାମଲାର ଟ୍ରାଏଲ,ସାକ୍ଷୀ ଶୁଣାଣୀ,ଆରଗୁମେଂଟ ଏବଂ ଶୁଣାଣୀ ଶେଷ କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।।
ହିନ୍ଦୁସ୍ଥାନ ସମାଚାର/ବିଭୂତି/ଭାନୁ
ହିନ୍ଦୁସ୍ଥାନ ସମାଚାର / ବିଭୁତି