ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)- କେନ୍ଦ୍ର ମତ୍ସ୍ୟ ପାଳନ ମନ୍ତ୍ରୀ ରାଜୀବ ରଂଜନ ସିଂହ ଗୁରୁବାର ନୂଆଦିଲ୍ଲୀରେ ସୁଷମା ସ୍ୱରାଜ ଭବନରେ ବିଶ୍ୱ ମତ୍ସ୍ୟ ପାଳନ ଦିବସ ସମାରୋହର ଉଦଘାଟନ କରିବେ । ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ପାଳନ ଦିବସ-୨୦୨୪ର ଥିମ ଭାରତର ନୀଳ ପରିବର୍ତନ-ଲଘୁସ୍ତରୀୟ ଓ ସ୍ଥାୟୀ ମତ୍ସ୍ୟ ପାଳନକୁ ମଜବୁତ କରିବା ରହିଛି । ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରୀ ମନ୍ତ୍ରାଳୟ ଅନୁସାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟମନ୍ତ୍ରୀ ଜର୍ଜ କୁରିୟନ ଓ ପ୍ରଫେସର ଏସପି ସିଂହ ବଘେଲଙ୍କ ସମେତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ଅନ୍ତର୍ଜାତୀୟ ପ୍ରତିନିଧି, ମତ୍ସ୍ୟ ଶିକ୍ଷାବିତ ଓ ଗବେଷକ, ବୈଶ୍ୱିକ ମତ୍ସ୍ୟ ବୈଜ୍ଞାନିକ, ମତ୍ସ୍ୟ କ୍ଷେତ୍ରର ନେତା, ଜାତୀୟ ଓ ଅନ୍ତର୍ଜାତୀୟ ମତ୍ସ୍ୟ ଓ ଜଳୀୟ କୃଷି ବିଶେଷଜ୍ଞ, ଗବେଷଣା ଓ ବିକାଶ ସଂସ୍ଥାନ, ପ୍ରଯୁକ୍ତିବିଦ୍ୟା ନିବେଶକ, ମତ୍ସ୍ୟ ଓ ଜଳୀୟ କୃଷି ଉପକରଣ ନିର୍ମାତା, ରପ୍ତାନୀ ପରିଷଦ, ମତ୍ସ୍ୟଜୀବୀ ସଂଘ, ଆର୍ôଥକ ସଙ୍ଗଠନ, ନିବେଶ ବ୍ୟାଙ୍କର ଓ ଅନ୍ତର୍ଜାତୀୟ ମତ୍ସ୍ୟ ଉଦ୍ୟୋଗ ସଙ୍ଗଠନ ଆଦି ଭାଗ ନେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା