ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)
-ଦେଶର ପ୍ରତିଷ୍ଠିତ ସାର୍ବଜନୀନ ପ୍ରସାରକ ଦୂରଦର୍ଶନ
ଡିଜିଟାଲ ଷ୍ଟ୍ରିମିଂ ସେବାର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଓଟିଟି ପ୍ଲାଟଫର୍ମରେ ପାଦ
ରଖିଛି । ଗୋଆର ମୁଖ୍ୟମନ୍ତ୍ରୀ ଡ.ପ୍ରମୋଦ ସାୱନ୍ତ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗୋଆରେ
55ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ଉଦଘାଟନ ସମାରୋହରେ ଜାତୀୟ ସାର୍ବଜନୀନ
ପ୍ରସାରକ, ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ‘ୱେବ୍ସ’ ଲଂଚ କରିଛନ୍ତି । ଏହି ଅବସରରେ ସୂଚନା
ଏବଂ ପ୍ରସାରଣ ସଚିବ ସଂଜୟ ଜାଜୁଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବି ଉପସ୍ଥିତ ଥିଲେ ।
ଓଟିଟିର ଲକ୍ଷ୍ୟ କ୍ଲାସିକ ସାମଗ୍ରୀ ଓ ସମକାଳୀନ ପ୍ରୋଗ୍ରାମିଂର ଏକ ସମୃଦ୍ଧ ମିଶ୍ରଣ
ଉପସ୍ଥାପିତ କରି ଆଧୁନିକ ଡିଜିଟାଲ ଟ୍ରେଣ୍ଡକୁ ଆପଣାଇ ପୁରୁଣା ସ୍ମୃତିକୁ ପୁନର୍ଜୀବିତ କରିବା ।
ରାମାୟଣ, ମହାଭାରତ, ଶକ୍ତିମାନ ଓ ହମ୍ ଲୋକ ପରି ଧାରାବାହିକର ଲାଇବ୍ରେରୀ ସହିତ, ଏହି ମଂଚ
ଭାରତର ଅତୀତ ସହିତ ସାଂସ୍କୃତି ଓ ଭାବନାତ୍ମକ ସଂପର୍କକୁ ଖୋଜୁଥିବା ଦର୍ଶକଙ୍କୁ ଆକର୍ଷିତ
କରିଥାଏ । ଏହା ବ୍ୟତୀତ ଏହା ସମାଚାର, ବୃତିଚିତ୍ର ଓ ଆଂଚଳିକ ସାମଗ୍ରୀପ୍ରଦାନ କରିଥାଏ, ଯାହା
ସମାବେଶିତା ଓ ବିବିଧତା ପ୍ରତି ନିଜ ପ୍ରତିବଦ୍ଧତାକୁ ମଜବୁତ କରିଥାଏ । ନିଜ ଦଶନ୍ଧିର ପୁରୁଣା
ଐତିହ୍ୟ ଓ ରାଷ୍ଟ୍ରୀୟ ବିଶ୍ୱାସର ଲାଭ ଉଠାଇ, ଦୂରଦର୍ଶନର ଓଟିଟି ପ୍ଲାଟଫର୍ମ ପାରମ୍ପରିକ ଟେଲିଭିଜନ
ଓ ଆଧୁନିକ ଷ୍ଟ୍ରିମିଂ ମଧ୍ୟରେ ଅନ୍ତରକୁ ଶେଷ କରିଥାଏ, ଟେକ୍ନିକାଲ ପ୍ରେମୀ ଯୁବକ ଓ ପୁରୁଣା
ପିଢି ନିକଟରେ ଏହା ସମାନ ଭାବେ ପହଂଚିଥାଏ ।ୱେବ୍ସ 12ରୁ ଅଧିକ ଭାଷାରେ ଉପଲବ୍ଧ, ଯେଉଁଥିରେ
ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ମରାଠୀ, କନ୍ନଡ, ମାଲାୟଲମ, ତେଲୁଗୁ, ତାମିଲ, ଗୁଜରାଟି, ପଂଜାବୀ
ଓ ଆସାମୀ ସାମିଲ ରହିଛି । ଏହା ଇନଫୋଟେନମେଂଟର 10 ଶୈଳୀରେ ଉପଲବ୍ଧ ହେବ । ଏହି ଭିଡିଓ ଅନ୍
ଡିମାଣ୍ଡ, ଫ୍ରି-ଟୁ-ପ୍ଲେ ଗେମିଂ, ରେଡିଓ ଷ୍ଟ୍ରିମିଂ, ଲାଇଭ ଟିଭି ଷ୍ଟ୍ରିମିଂ, 65 ଲାଇଭ
ଚ୍ୟାନେଲ, ଭିଡିଓ ଓ ଗେମିଂ ସାମଗ୍ରୀ ପାଇଁ ଅନେକ ଆପ ଇନ୍ ଆପ ଇଂଟିଗ୍ରେସନ ଓ ଅନଲାଇନ ସପିଂ
ପ୍ରଦାନ କରିବ । ୱେବ୍ସରେ 1980 ଦଶକରେ ଶାହରୁଖଙ୍କ ପ୍ରସିଦ୍ଧ ଧାରାବାହିକ ଫୌଜିର ଆଧୁନିକ
ରୂପାନ୍ତରଣ ଫୌଜି 2.0, ଓସ୍କାର ବିଜେତା ଗୁନିତ ମୋଂଗା କପୁରଙ୍କ କିକିଂଗ ବଲ୍ସ, ଏକ କ୍ରାଇମ
ଥ୍ରିଲର ଜ୍ୟାକସନ ହଲ୍ଟ ଓ ମୋବାଇଲ ଟଏଲେଟ ଉପରେ ଆଧାରିତ ଜାଇଏ ଆପ କାହା ଜାଏଙ୍ଗେ ପ୍ରସାରିତ
ହେବ । ୱେବ୍ସରେ ଅଯୋଧ୍ୟାରୁ ପ୍ରଭୁ ଶ୍ରୀରାମ ଲଲାଙ୍କ ଆରତୀ ଲାଇଭ ଓ ପିଏମ ମୋଦିଙ୍କ ମାସିକ
ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ ପରି ଲାଇଭ କାର୍ଯ୍ୟକ୍ରମ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା