ସୁକ୍ଖୁ ସରକାର ଦୁର୍ନୀତି, ଘୋଟାଲା ଓ କୁବ୍ୟବସ୍ଥାର ପ୍ରତୀକ ପାଲଟିଛି-ନଡ୍ଡା
ଶିମଲା, 21 ନଭେମ୍ବର (ହି.ସ.)- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ହିମାଚଳ ପ୍ରଦେଶରେ କଂଗ୍ରେସର ସୁକ୍ଖୁ ସରକାର ଦୁର୍ନୀତି, ଘୋଟାଲା ଓ କୁବ୍ୟବସ୍ଥାର ପ୍ରତୀକ ପାଲଟିଛି । କଂଗ୍ରେସ ସରକାରର ଘୋଟାଲା ଓ କଳା କାରନାମା ଏତେ ତଳସ୍ତରରେ
ସୁକ୍ଖୁ ସରକାର ଦୁର୍ନୀତି, ଘୋଟାଲା ଓ କୁବ୍ୟବସ୍ଥାର ପ୍ରତୀକ    ପାଲଟିଛି-ନଡ୍ଡା


ଶିମଲା, 21 ନଭେମ୍ବର (ହି.ସ.)- ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେପି

ନଡ୍ଡା କହିଛନ୍ତି ଯେ, ହିମାଚଳ ପ୍ରଦେଶରେ କଂଗ୍ରେସର ସୁକ୍ଖୁ ସରକାର ଦୁର୍ନୀତି, ଘୋଟାଲା ଓ

କୁବ୍ୟବସ୍ଥାର ପ୍ରତୀକ ପାଲଟିଛି । କଂଗ୍ରେସ ସରକାରର ଘୋଟାଲା ଓ କଳା କାରନାମା ଏତେ ତଳସ୍ତରରେ

ପହଂଚିଛି ଯେ, ହିମାଚଳ ପ୍ରଦେଶର ଐତିହ୍ୟକୁ ବି ବାଜ୍ୟାପ୍ତି କରିବାର ପରିସ୍ଥିତି ସୃଷ୍ଟି

ହୋଇଛି । ଦିଲ୍ଲୀର ମଣ୍ଡି ହାଉସ ସ୍ଥିତ ହିମାଚଳ ପ୍ରଦେଶର ଗୌରବ ହିମାଚଳ ଭବନକୁ ବାଜ୍ୟାପ୍ତି

ଆଦେଶ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କୁ ଦେବାକୁ ପଡୁଛି କାରଣ ହିମାଚଳ ପ୍ରଦେଶର କଂଗ୍ରେସ ସରକାର

ସେଲି ହାଇଡ୍ରୋ ଇଲେକ୍ଟ୍ରି ପାୱାର କଂପାନୀ ଲିମିଟେଡକୁ ବକେୟା 64 କୋଟି ଟଙ୍କାର କ୍ଷତିପୂରଣ

ଦେଇନାହିଁ । ଏତିକି ନୁହେଁ, ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମ ଅନ୍ତର୍ଗତ ଆସୁଥିବା

ରାଜ୍ୟର ଐତିହ୍ୟ 18 ହୋଟଲକୁ ବି ବନ୍ଦ କରିବାକୁ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କୁ ଦେବାକୁ

ପଡିଛି । ଏହା ହିମାଚଳର କଂଗ୍ରେସ ସରକାରର ଆର୍ଥିକ କୁପ୍ରବନ୍ଧନ ଓ ସେମାନଙ୍କ ଘୋଟାଲାର ସାଇଡ

ଇଫେକ୍ଟ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande