ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଆନାର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ଏକ୍ସିଲେନ୍ସି’ରେ ଅଳଙ୍କୃତ
ଜର୍ଜଟାଉନ, 21 ନଭେମ୍ବର (ହି.ସ.) - ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ସମ୍ମାନରେ ଅଳଙ୍କୃତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଆନା ତାର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ଏକ୍ସିଲେନ୍ସ ଅଫ୍ ଗୁଆନା ଓ ଡୋମିନିକା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଆନାର ସର୍ବୋଚ୍ଚ ସମ୍ମାନ ‘ଦ    ଅର୍ଡର ଅଫ୍ ଏକ୍ସିଲେନ୍ସି’ରେ ଅଳଙ୍କୃତ


ଜର୍ଜଟାଉନ, 21 ନଭେମ୍ବର (ହି.ସ.)

- ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇ

ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ସମ୍ମାନରେ ଅଳଙ୍କୃତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ

ଗୁଆନା ତାର ସର୍ବୋଚ୍ଚ ସମ୍ମାନ ‘ଦ ଅର୍ଡର ଅଫ୍ ଏକ୍ସିଲେନ୍ସ ଅଫ୍ ଗୁଆନା ଓ ଡୋମିନିକା

‘ଡୋମିନିକା ଆୱାର୍ଡ ଅଫ୍ ଅନର’ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦି ଏଠାରେ କୈରିକମ ଶିଖର

ସମ୍ମିଳନୀରେ ଭାଗ ନେବାକୁ ପହଂଚିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭାରତବାସୀଙ୍କୁ ସମର୍ପିତ କରି ଏକ୍ସ

ହ୍ୟାଣ୍ଡେଲରେ ଖୁସି ଓ ଦୁଇ ଦେଶକୁ କୃତଜ୍ଞତା ଜ୍ଞାପନ କରି ସ୍ମରଣୀୟ ମୁହୂର୍ତ୍ତର ଫଟୋ ବି

ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୋତେ ଗୁଆନାର ସର୍ବୋଚ୍ଚ ସମ୍ମାନ,

‘ଦ ଅର୍ଡର ଅଫ୍ ଏକ୍ସିଲେନ୍ସ’ ପ୍ରଦାନ କରାଯିବା ପାଇଁ ରାଷ୍ଟ୍ରପତି ଡ.ଇରଫାନ ଅଲିଙ୍କୁ ହୃଦୟରୁ

ଧନ୍ୟବାଦ ଜଣାଉଛି । ଏହା ଭାରତର 140 କୋଟି ଲୋକଙ୍କ ପରିଚୟ ଅଟେ । ଅନ୍ୟ ଏକ ପୋଷ୍ଟରେ

ଲେଖିଛନ୍ତି ଯେ, ମୋତେ ଡୋମିନିକା ଆୱାର୍ଡ ଅଫ୍ ଅନର ପ୍ରଦାନ କରାଯିବା ପାଇଁ ଡୋମିନିକାର

ରାଷ୍ଟ୍ରପତି ସିଲ୍ୱେନୀ ବର୍ଟନଙ୍କୁ କୃତଜ୍ଞତା ଜଣାଉଛି । ଏହି ସମ୍ମାନ ଭାରତରେ ମୋର

ଭାଇଭଉଣୀଙ୍କୁ ସମର୍ପିତ ଅଟେ । ଏହା ଆମ ଦେଶ ମଧ୍ୟ ଅତୁଟ ବନ୍ଧନର ବି ପରିଚାୟକ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande