ନୂଆଦିଲ୍ଲୀ, 21 ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ
ଦୁଇ ଦିବସୀୟ ତେଲେଙ୍ଗାନା ଗସ୍ତରେ ରହିବେ । ରାଷ୍ଟ୍ରପତିଙ୍କ ତେଲେଙ୍ଗାନ ଗସ୍ତର ପୂର୍ବ
ସନ୍ଧ୍ୟାରେ ପିଆଇବି ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି
ମୁର୍ମୁ ଓ ହାଇଦ୍ରାବାଦରେ କୋଟି ଦୀପୋତ୍ସବମ-2024ରେ ସାମିଲ ହେବେ । ସେ କାଲି ହାଇଦ୍ରବାଦରେ
ହିଁ ଅନ୍ତର୍ଜାତୀୟ ସମ୍ମିଳନୀ ଓ ସାଂସ୍କୃତିକ ମହୋତ୍ସବ ଲୋକମନ୍ଥନ-2024ରେ ଉଦଘାଟନୀ ଭାଷଣ
ଦେବେ । ଲୋକମନ୍ଥନର ଥିମ ରହିଛି-ଲୋକ ଅବଲୋକନ, ଲୋକି ବଚାର, ଲୋକ ବ୍ୟବହାର ଓ ଲୋକ
ବ୍ୟବସ୍ଥା । ଲୋକମନ୍ଥନ ରାଷ୍ଟ୍ରବାଦୀ ବିଚାରକ ଓ କାର୍ଯ୍ୟକର୍ତ୍ତାଙ୍କ ଦ୍ୱିବାର୍ଷିକ
ସଂଗୋଷ୍ଠୀ ଅଟେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା