ପ୍ରଶାସନର  ନିର୍ଦ୍ଦେଶରେ ଦ୍ବିତୀୟ ଦିବସରେ  ଓଜନ, ମାପ ଏବଂ ଯୋଗାଣ ବିଭାଗର ମିଳିତ ଚଢଉ ଜାରୀ
ଜୟପୁର Odisha, 7 ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା ଜୟପୁର ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ଚଢଉ ଗତ ବୁଧବାର ଆରମ୍ଭ ଚଢଉ ଆରମ୍ଭ ହୋଇଥିବା ଗୁରୁବାର ଦ୍ବିତୀୟ ଦିବସରେ ମଧ୍ୟ ଜାରୀ ରହିଥିଲା । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡିଙ୍କ ନିର୍ଦ୍ଦ
ପ୍ରଶାସନର  ନିର୍ଦ୍ଦେଶରେ ଦ୍ବିତୀୟ ଦିବସରେ  ଓଜନ, ମାପ ଏବଂ ଯୋଗାଣ ବିଭାଗର ମିଳିତ ଚଢଉ ଜାରୀ


ଜୟପୁର Odisha, 7 ନଭେମ୍ବର (ହି.ସ.)

କୋରାପୁଟ ଜିଲ୍ଲା ଜୟପୁର ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ଚଢଉ ଗତ ବୁଧବାର ଆରମ୍ଭ ଚଢଉ ଆରମ୍ଭ ହୋଇଥିବା ଗୁରୁବାର ଦ୍ବିତୀୟ ଦିବସରେ ମଧ୍ୟ ଜାରୀ ରହିଥିଲା । ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶକ୍ରମେ ଓଜନ ଓ ମାପ ଏବଂ ଯୋଗାଣ ବିଭାଗ ପକ୍ଷରୁ ଆଜି ଦୈନିକ ବଜାର ଏବଂ ସହରର ଅନ୍ୟାନ୍ୟ ବ୍ୟବସାୟୀକ ଅନୁଷ୍ଠାନରେ ଏହି ମିଳିତ ଚଢଉ କରଯାଇଥିଲା । ଏଥିରେ ଜୟପୁର ସହରର ବିଭିନ୍ନ ହୋଟେଲ ସହିତ ଜୟପୁର ଦୈନିକ ବଜାରରେ ଚାଉଳ ଦୋକାନ, କିରାନା ଏବଂ ପନିପରିବା ଦୋକାନ ଉପରେ ଚଢଉ କରାଯାଇଥିଲା । ଏହିପରି ଓଜନ ଓ ମାପ ବିଭାଗ ପକ୍ଷରୁ ନୂତନୀକରଣ ହୋଇନଥିବା ଯୋଗୁଁ ୬ଟି ଦୋକାନରୁ ସମୁଦାୟ ୨୧ ହଜାର ଟଙ୍କା ଜରିମାନା ଟଙ୍କା ଆଦାୟ କରାଯାଇଛି । ସେହିପରି ଯୋଗାଣ ବିଭାଗ ପକ୍ଷରୁ ସହରର ବଡ ଓ ଛୋଟ ହୋଟେଲ ଗୁଡିକରେ ବେଆଇନ ଭାବେ ବ୍ୟବହୃତ ହେଉଥିବା ୮ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏହିପରି ବ୍ୟବସାୟୀକ ହୋଟେଲ ଏବଂ ରେଷ୍ଟୁରାଣ୍ଟରୁ ଜବତ ହୋଇଥିବା ସିଲିଣ୍ଡର ନେଇ ପ୍ରଶାସନ ପକ୍ଷରୁ ମାମଲା ରୁଜ କରାଯିବ ବୋଲି ଏହି ଚଢଉର ମାଜିଷ୍ଟେଟ ଦାୟୀତ୍ବରେ ରହିଥିବା ସହକାରୀ ଜିଲ୍ଲାପାଳ ବାଲାଜୀ ପ୍ରସାଦ ବ୍ରହ୍ମା କହିଛନ୍ତି । ଏହି ଚଢଉରେ ଅନ୍ୟମାନଙ୍କ ମଧ୍ୟରେ ଓଜନ ଓ ମାପର ଉପ ନିୟନ୍ତ୍ରକ ସତ୍ୟଜିତ ବିଶ୍ବାଳ, ସହକାରୀ ଯୋଗାଣ ଅଧିକାରୀ ସୁଶିଲ କୁମାର ଜେନା, ଏମ.ଆଇ ମୁଗ୍ଧା ମାଙ୍ଗଳିକା, ପୌରସଂସ୍ଥାର ଜନସ୍ବାସ୍ଥ୍ୟ ନିରୀକ୍ଷକ ଭୁବନୀ ହାଲବା ଏବଂ ପୌରକର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହିପରି ଚଢଉକୁ ଦେଖି ଅନ୍ୟାନ୍ୟ ଦୋକାନୀ ମାନେ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିଲେ । କିନ୍ତୁ ଏହି ଚଢଉ ଜାରୀ ରହିବ ବୋଲି ଚଢଉରେ ସାମିଲ ଅଧିକାରୀ ମାନେ ପ୍ରକାଶ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande