ଭୁବନେଶ୍ୱର, 8 ନଭେମ୍ବର (ହି.ସ.)
- ଭାରତ ରତ୍ନ
ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସପ୍ତମ ଉପ-ପ୍ରଧାନମନ୍ତ୍ରୀ
ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାରତ ରତ୍ନ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ
ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା। ଦେଶର ବିକାଶ ପାଇଁ ତାଙ୍କ ଯୋଗଦାନ ଏବଂ ଅଯୋଧ୍ୟା ରାମ
ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନରେ ତାଙ୍କର ଭୂମିକା ଅତୁଳନୀୟ। ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରୁଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା