କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା
6 ଜଣ ଅଭିଯୁକ୍ତ ଗିରଫ, ଖୁବ ଶୀଘ୍ର ହେବ ଚାର୍ଜସିଟ – ଡିସିପି
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)– କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ଖୁବ ଶୀଘ୍ର ଚାର୍ଜ ସିଟ ହେବ । କଟକ ଡିସିପି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଗତ ତାରିଖରେ ବାଦାମବାଡ଼ି ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା । ପୋଲିସ ୫ ତାରିଖରେ ୩ ଓ ୬ ତାରିଖରେ ଆଉ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।
ସେ କହିଛନ୍ତି ଯେ ସମସ୍ତ ୬ ଜଣଙ୍କ ମୋବାଇଲ ସିଜ୍ ହୋଇଛି, । ସେମାନଙ୍କର ସମସ୍ତ ଭିଡିଓ ଯାଞ୍ଚ କରାଯିବ । ଅଭିଯୁକ୍ତଙ୍କ ବିରୋଧରେ ଏସସି / ଏସଟି ଆକ୍ଟ ଓ ଆଇଟି ଆକ୍ଟ ଲାଗିଛି । ଏସଏଫଏସଏଲକୁ କୁ ମୋବାଇଲ ପଠାଯିବ । ଏହି ମାମଲାରେ ଖୁବଶୀଘ୍ର ଚାର୍ଜସିଟ ଦାଖଲ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଗତ ଦଶହରାବେଳେ କଟକ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଛାତ୍ରୀ ଜଣକ ତାଙ୍କ ବୟଫ୍ରେଣ୍ଡ୍ ସହ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ଆପତ୍ତିଜନକ ଭିଡ଼ିଓ ଉତ୍ତୋଳନ କରିଥିଲା ଅଭିଯୁକ୍ତ ବୟଫ୍ରେଣ୍ଡ୍। ଏଥିରେ ସହଯୋଗ କରିଥିଲେ କାଫେ ଚଳାଉଥିବା ଭଗତପୁର ଅଞ୍ଚଳର ଯୁବକ। ଏହି ଭିଡିଓ ରଖି କାଫେ ମାଲିକ ଓ ବୟଫ୍ରେଣ୍ଡ୍ର ତାଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ