ନୂଆଦିଲ୍ଲୀ, ୨୧ ଡିସେମ୍ବର (ହି.ସ.)- ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି (ଆପ୍) ର ରାଷ୍ଟ୍ରିୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ପାଇଁ ଅଡୁଆ ବଢୁଥିବା ଦେଖିବାକୁ ମିଳିଛି । ଆରମ୍ଭରୁ ବିବାଦରେ ରହିଥିବା ଦିଲ୍ଲୀର ନୂଆ ଅବକାରୀ ନୀତି ମାମଲାରେ ଉପରାଜ୍ୟପାଳ ବି.କେ. ସକ୍ସେନା କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି)କୁ ମଞ୍ଜୁରୀ ଦେଇଛନ୍ତି । ଇଡି ଚଳିତ ମାସ ଆରମ୍ଭରେ କେଜରିୱାଲଙ୍କ ବିରୋଧରେ ମୋକଦ୍ଦମା ଚଳାଇବାକୁ ଅନୁମତି ମାଗିଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ