ପ୍ରଥମ ବିଶ୍ୱ ଧ୍ୟାନ ଦିବସରେ ଦେଶବାସୀ ଧ୍ୟାନକୁ ଦିନଚର୍ଯ୍ୟାର ଅଂଶ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୧ ଡିସେମ୍ବର (ହି.ସ.)- ଶନିବାର ପ୍ରଥମ ବିଶ୍ୱ ଧ୍ୟାନ ଦିବସରେ ଦେଶବାସୀ ଧ୍ୟାନକୁ ଦିନଚର୍ଯ୍ୟାର ଅଂଶ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, କାହାରି ଜୀବନରେ ଶାନ୍ତି ଓ ସଦଭାବ ଆଣିବାକୁ ଏକ ଶକ୍ତିଶାଳୀ ଉପାୟ ଅଟେ ଧ୍ୟାନ । ପ୍ରଧାନମନ୍ତ୍ରୀ ମ
ପ୍ରଥମ ବିଶ୍ୱ ଧ୍ୟାନ ଦିବସରେ ଦେଶବାସୀ ଧ୍ୟାନକୁ ଦିନଚର୍ଯ୍ୟାର ଅଂଶ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ, ୨୧ ଡିସେମ୍ବର (ହି.ସ.)- ଶନିବାର ପ୍ରଥମ ବିଶ୍ୱ ଧ୍ୟାନ ଦିବସରେ ଦେଶବାସୀ ଧ୍ୟାନକୁ ଦିନଚର୍ଯ୍ୟାର ଅଂଶ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, କାହାରି ଜୀବନରେ ଶାନ୍ତି ଓ ସଦଭାବ ଆଣିବାକୁ ଏକ ଶକ୍ତିଶାଳୀ ଉପାୟ ଅଟେ ଧ୍ୟାନ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ବିଶ୍ୱ ଧ୍ୟାନ ଦିବସରେ ମୁଁ ଆଶା କରୁଛି ଯେ, ସମସ୍ତେ ଧ୍ୟାନକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବେ ଏବଂ ଏହାର ପରିବର୍ତନକାରୀ କ୍ଷମତାର ଅନୁଭବ କରିବେ । କାହାରି ଜୀବନରେ ଶାନ୍ତି ଓ ସଦଭାବ ଆଣିବାକୁ ଏକ ଶକ୍ତିଶାଳୀ ଉପାୟ ଅଟେ ଧ୍ୟାନ ।

ଏଠାରେ ଉଲ୍ଲେଖଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ଡିସେମ୍ବର ୨୧ ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଘୋଷିତ କରିଛି । ଭାରତ ଏ ସମ୍ବନ୍ଧରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ଡ୍ରାଫ୍ଟ ପ୍ରସ୍ତାବକୁ ସହ ପ୍ରାୟୋଜିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ଚଳିତ ବର୍ଷ ବିଶ୍ୱ ଧ୍ୟାନ ଦିବସର ବିଷୟବସ୍ତୁ ‘ବୈଶ୍ୱିକ ଶାନ୍ତି ଏବଂ ସଦ୍ଭାବ ନିମନ୍ତେ ଧ୍ୟାନ’ ବୈଶ୍ୱିକ ଶାନ୍ତି ଏବଂ ଏକତାକୁ ପ୍ରୋତ୍ସାହନ ଦେବାରେ ଧ୍ୟାନର ଭୂମିକା ଉପରେ ଜୋର୍ ଦେଇଥାଏ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande