ଚଣ୍ଡିଗଡ, 21 ଡିସେମ୍ବର (ହି.ସ.)
- ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଙ୍ଗଠନ ବବ୍ବର ଖାଲସା
ଇଂଟରନ୍ୟାସନାଲ ପୋଲିସକୁ ଚ୍ୟାଲେଂଜ ଦେଇ ଗୁରୁଦାସପୁର ଜିଲ୍ଲାର ବଙ୍ଗା ୱଡାଲା ଗାଁର ପୋଲିସ
ଷ୍ଟେସନ ଉପରେ ଗ୍ରେନେଡ ମାଡ କରିଛି । ଜିଲ୍ଲାର କଲାନୌର ଅଂଚଳରେ ଗତ 48 ଘଂଟାରେ ଏହା ଦ୍ୱିତୀୟ
ଗ୍ରେନେଡ ମାଡ ଅଟେ । 28ଦିନରେ ପଂଜାବରେ 8ଥର ଗ୍ରେନେଡ ମାଡ ହୋଇଛି ।
ବଙ୍ଗା ୱଡାଲା ଗାଁରେ ଅଧରାତିରେ ହୋଇଥିବା ବିସ୍ଫୋରଣର ଶବ୍ଦ ଶୁଣି
ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଲୋକେ ଘରୁ ବାହାରକୁ ବାହାରିବା ପରେ ଜାଣିଲେ ଯେ,
ପୋଲିସ ଥାନା ଉପରେ ଗ୍ରେନେଡ ମାଡ କରିଛନ୍ତି । ସୂଚନା ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ
ପହଂଚିଛନ୍ତି । ସାରା ରାତି ପୋଲିସ ଯାଂଚ କରୁଛି । ଏବେ ଘଟଣାର ଫୋରେନସିକ ତଦନ୍ତ ଚାଲିଛି ।
ଦୁଇଦିନ ପୂର୍ବରୁ ହିଁ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ କଲାନୌର ପୋଲିସ ପୋଷ୍ଟ ଉପରେ ହମଲା
ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା