ଖାଲି ଆଖିରେ ଦେଖିହେବ ୫ଟି ଗ୍ରହ
ଭୁବନେଶ୍ୱର, 21 ଡିସେମ୍ବର (ହି.ସ.) - ଡିସେମ୍ବର ୨୦୨୪ ର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ ୨୦୨୫ ର ପ୍ରଥମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଉତ୍କୃଷ୍ଟ ସୁଯୋଗ ଆସିବ । ଆମେ ଏହାକୁ ଗ୍ରହ ସମାବେଶ ବା ଇଂରାଜୀରେ ଏହାକୁ ଏକ ‘ପ୍ଲାନେଟ୍ ପରେ
ଖାଲି ଆଖିରେ ଦେଖିହେବ ୫ଟି ଗ୍ରହ


ଭୁବନେଶ୍ୱର, 21 ଡିସେମ୍ବର (ହି.ସ.)

- ଡିସେମ୍ବର ୨୦୨୪ ର ଦ୍ୱିତୀୟାର୍ଦ୍ଧ ଏବଂ ଜାନୁୟାରୀ

୨୦୨୫ ର ପ୍ରଥମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଉତ୍କୃଷ୍ଟ ସୁଯୋଗ

ଆସିବ ।

ଆମେ ଏହାକୁ ଗ୍ରହ

ସମାବେଶ ବା ଇଂରାଜୀରେ ଏହାକୁ ଏକ ‘ପ୍ଲାନେଟ୍ ପରେଡ’ କୁହାଯାଏ । ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ

ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଛି, ଯାହା ଏକ ବିରଳ ମହାକାଶୀୟ ଘଟଣାକୁ ସୂଚାଇଥାଏ । ଆମେ ଜାଣିଛେ ଯେ ସୂର୍ଯ୍ୟ

ଚାରିପଟେ ୮ ଟି ଗ୍ରହ ବୁଲୁଛନ୍ତି । ଏହି ୮ ଟି ଗ୍ରହ ଭିତରୁ ପୃଥିବୀକୁ ଛାଡି ଆମେ ୫ଟି ଗ୍ରହକୁ

ଖାଲି ଆଖିରେ ଦେଖିପାରୁ ।

ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ

ଶୁକ୍ର ଗ୍ରହ, ତାର କିଛ ଉପରକୁ ଥିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ

ପୂର୍ବ ଦିଗବଳୟର କିଛି ଉପରେ ଥିବ ଉଜ୍ବଳ ବୃହଷ୍ପତି ଗ୍ରହ । ରାତି ବଢିବା ସଙ୍ଗେ ଏହି ଗ୍ରହ

ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ବୟରେ ଅସ୍ତ ହେବେ । ରାତି ୯ଟା ବେଳକୁ ପ୍ରଥମେ

ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ

ଉଦୟ ହେବ । ସେହି କ୍ରମରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ । ସାଧାରଣତଃ ବୁଧ

ଗ୍ରହ, ଖାଲି ଆଖିରେ

ଦେଖାଯିବା ଅତ୍ୟନ୍ତ ବିରଳ । ଡିସେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ଯାଏଁ ପୂର୍ବ ଆକାଶରେ ସୂର୍ଯ୍ୟ

ଉଦୟର ଠିକ୍ ପୂର୍ବରୁ ଦିଗବଳୟର ପ୍ରାୟ ୩୦

ଡିଗ୍ରୀ ମଧ୍ୟରେ ଦେଖାଯିବ । ଏହା ଛଡା ୟୁରାନସ୍

ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖି ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande